ରାଜଧାନୀରେ ଏକ ଆପାର୍ଟମେଣ୍ଟକୁ ସିଲ୍‌ କଲା ବିଏମ୍‌ସି, ୧୦ ଦିନ ଯାଏ ପ୍ରବେଶ-ପ୍ରସ୍ଥାନ ମନା

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ବିଏମ୍‌ସି ପକ୍ଷରୁ ରାଜଧାନୀର ଏକ ଆପାଟମେଣ୍ଟକୁ ସିଲ୍‌ କରିଦିଆଯାଇଛି। ଏକାଧିକ କରୋନା ଆକ୍ରାନ୍ତି ଚିହ୍ନଟ ପରେ ଟଙ୍କପାଣି ରୋଡ୍‌ର ତରୁ ଆପାର୍ଟମେଣ୍ଟ ସିଲ୍‌ ହୋଇଛି। ମଙ୍ଗଳବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଏହାକୁ ସିଲ୍‌ କରାଯାଇଛି। ଏହି ସମୟରେ ଆପାର୍ଟମେଣ୍ଟ ଭିତରୁ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶକୁ ମନା କରାଯାଇଛି। ତେବେ କେବଳ ସ୍ବୀକୃତିପ୍ରାପ୍ତ ବିଏମ୍‌ସି ଅଧିକାରୀଙ୍କୁ ପ୍ରବେଶ ନେଇ ଅନୁମତି ଦିଆଯାଇଥିବା ସୂଚନା ମିଳିଛି।

Share