Categories: ବାଣିଜ୍ୟ

ସିଏଚ୍‌ଆଇ ସହ ଏପିବିର ସହଭାଗିତା

ଭୁବନେଶ୍ୱର,୨୩।୬: ଏୟାରଟେଲ୍‌ ପେମେଣ୍ଟସ ବ୍ୟାଙ୍କ (ଏପିବି) ଏବଂ କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ (ସିଏଚ୍‌ଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସହ କର୍ପୋରେଟ୍‌ ଏଜେନ୍ସି ଚୁକ୍ତି ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ପ୍ରଦାନ ଲାଗି ଏକ ସହଜ ପହଞ୍ଚ ଦିଗରେ ଏପିବି ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛି। ଉପରୋକ୍ତ ଚୁକ୍ତି ଅନୁଯାୟୀ ଏପିବି ତା’ର ଗ୍ରାହକଙ୍କୁ ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍‌ର ବ୍ୟାଙ୍କିଙ୍ଗ୍‌ ସେକ୍ସନ ମାଧ୍ୟମରେ ବିସ୍ତୃତ ଓ କଷ୍ଟମାଇଜ୍‌ଡ ସ୍ବାସ୍ଥ୍ୟ ବୀମା ଉତ୍ପାଦ-ଗ୍ରୁପ୍‌ କେୟାର ୩୬୦ଂ ସହିତ ସିଏଚ୍‌ଆଇର ଉପତ୍ାଦଗୁଡିକୁ ପ୍ରଦାନ କରିବାକୁ ସକ୍ଷମ ହେବ। ଏହି ଉତ୍ପାଦ ସହିତ ଏପିବିର ଗ୍ରାହକ ସମଗ୍ର ପରିବାର ପାଇଁ ୫୦,୦୦୦ଟଙ୍କାରୁ ଆରମ୍ଭ କରି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ବିସ୍ତୃତ ଶୃଙ୍ଖଳାର ବୀମାଭୁକ୍ତ ବିକଳ୍ପ ସହିତ ବ୍ୟାପକ କଭରେଜ ପାଇପାରିବେ।
ଏ ସମ୍ପର୍କରେ ଏୟାରଟେଲ୍‌ ପେମେଣ୍ଟସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଷ ଅନନ୍ତ ନାରାୟଣନ୍‌ କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ଏକାଧିକ ବିକଳ୍ପ ପ୍ରଦାନ କରିବା ଲାଗି କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ସହ ସହଭାଗିତା ସମ୍ପର୍କରେ ଆଲୋଚନା କରି ଆନନ୍ଦିତ। ଏହା ଆମକୁ ଆମର ବିସ୍ତୃତ ବିତରଣ ନେଟ୍‌ୱର୍କ ଓ ଡିଜିଟାଲ ପହଞ୍ଚ ମାଧ୍ୟମରେ ଲକ୍ଷ ଲକ୍ଷ ବୀମାଭୁକ୍ତ ଓ ଅଣବୀମାଭୁକ୍ତ ଭାରତୀୟଙ୍କୁ ସ୍ବାସ୍ଥ୍ୟ ବୀମାର ଲାଭ ପ୍ରଦାନ କରିବାକୁ ସକ୍ଷମ କରିବ। ସେହିଭଳି କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସର ବିତରଣ ବିଭାଗ ମୁଖ୍ୟ ଅଜୟ ଶାହ କହିଛନ୍ତି, ଆମେ ଏହି ସହଭାଗିତା ଦ୍ୱାରା ଅତ୍ୟଧିକ ଆନନ୍ଦିତ, ଯାହା ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ବ୍ୟାପକ ଓ ବିବିଧ ଗ୍ରାହକ ଆଧାରକୁ ଆମର କଷ୍ଟମାଇଜ୍‌ଡ ଓ ବିସ୍ତୃତ ସ୍ବାସ୍ଥ୍ୟସେବା ସମାଧାନ ଗ୍ରୁପ୍‌ କେୟାର ୩୬୦ପ୍ରଦାନ କରୁଛି।

Share