ଆପେକ୍ସ କମିଟି ବୈଠକ

ଭୁବନେଶ୍ୱର,୧୨ା୧୦(ଅନିଲ ଦାସ)ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଅନ୍ତର୍ଜାତୀୟ କନ୍‌ଭେନଶନ ଆୟୋଜନ କରିବାକୁ ଯାଉଛି। ଆସନ୍ତା ଶତାବ୍ଦୀ ପାଇଁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ର ସକାଶେ ଓଡ଼ିଶା ରୋଡ୍‌ମ୍ୟାପ ବିକାଶ କରିବ । ବୁଧବାର ଲୋକସେବା ଭବନଠାରେ ଅନ୍ତର୍ଜାତୀୟ ମିଲେଟ୍‌ ସମ୍ମିଳନୀ ପାଇଁ ଗଠିତ ଆପେକ୍ସ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉକ୍ତ ସମ୍ମିଳନୀରେ ଆଦିବାସୀ ସମୁଦାୟର ମିଲେଟ୍‌ ଖାଦ୍ୟ ସଂସ୍କୃତିକୁ ଜୋରସୋରରେ ପ୍ରଚାର ପ୍ରସାର କରାଯିବ। ଏହା ରାଜ୍ୟର କୃଷକ ଓ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକ ପାଇଁ ଏକ ଶୋ’କେସ୍‌ରେ ପରିଣତ ହେବ। ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଓଡ଼ିଶା ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ହେବାକୁ ଲକ୍ଷ୍ୟ ରଖିଛି। ସମସ୍ତେ ଉକ୍ତ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରାଯାଉଛି। କେଉଁ କାଳରୁ ମିଲେଟ୍‌ ହେଉଛି ଆଦିବାସୀମାନଙ୍କର ଏକ ପାରମ୍ପରିକ ଖାଦ୍ୟଶସ୍ୟ। ଏହା ଜଳବାୟୁ ପରିବର୍ତ୍ତନ ସହନଶୀଳ ଏବଂ ପ୍ରଚୁର ପୁଷ୍ଟିରେ ଭରପୂର। ଓଡ଼ିଶା ମିଲେଟ୍‌ ମିଶନର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରିଛନ୍ତି। ଓଡ଼ିଶାର ମିଲେଟ୍‌ ମିଶନ ଉଦ୍ୟମ ଯୋଗୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମିଲେଟ୍‌କୁ ସ୍ବୀକୃତି ମିଳିପାରିଛି। ମିଲେଟ୍‌ ସମ୍ମିଳନୀ ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ କୃଷି ବିଭାଗକୁ ଧନ୍ୟବାଦ ଦେଇଛନ୍ତି। ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ ଏହି କନ୍‌ଭେନଶନ ଆଦିବାସୀମାନଙ୍କର ଜୀବିକାକୁ ବିକଶିତ କରିପାରିଛି। ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ପି.କେ. ଜେନା କହିଛନ୍ତି, ଅନ୍ତର୍ଜାତୀୟ ସମ୍ମିଳନୀକୁ ସଫଳ କରିବା ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। କୃଷି ସଚିବ ଅରବିନ୍ଦ ପାଢ଼ୀ କନ୍‌ଭେନଶନ ପ୍ରସ୍ତୁତିକୁ ନେଇ ଏକ ଉପସ୍ଥାପନା ରଖିଥିଲେ। ଏହି ଆପେକ୍ସ କମିଟି ବୈଠକରେ ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ହେବାକୁ ଥିବା ଉକ୍ତ କନ୍‌ଭେନଶନରେ ଆଦିବାସୀ ସଂସ୍କୃତି, ପରମ୍ପରା, ମିଲେଟ୍‌ର ବିବିଧତା, ବିଜ୍‌ନେସ ଟୁ ବିଜ୍‌ନେସ ସେସନ, ରାଉଣ୍ଡ ଟେବଲ, ଟେକ୍ନିକାଲ ସେସନ, ପ୍ୟାକେଜିଂ ଟେକ୍ନୋଲୋଜି ଏବଂ କୃଷକମାନଙ୍କର ଏକ ସ୍ବତନ୍ତ୍ର ସେସନ କରାଯିବ। ଏଥିସହିତ ଅନ୍ତର୍ଜାତୀୟ ମିଲେଟ୍‌ ଖାଦ୍ୟ ମେଳା, କଳା ଓ ସଂସ୍କୃତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri