Categories: Uncategorized

୨୪ ଘଣ୍ଟା ଭିତରେ କ୍ଷମା ମାଗ: ରୋହିଣୀ

ବେଙ୍ଗାଲୁରୁ, ୨୪।୨:ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟକୁ ନେଇ କର୍ନାଟକ ଆଇପିଏସ୍‌ ରୂପା ଏବଂ ଆଇଏଏସ୍‌ ଅଫିସର ରୋହିଣୀଙ୍କ ମଧ୍ୟରେ ଲାଗିଥିବା କଳି ଥମିବାର ନାଁ ନେଉନାହିଁ। ଆପତ୍ତିଜନକ ଫଟୋ ପୋଷ୍ଟ କରିବା ମାମଲାରେ ରୂପା କ୍ଷମା ମାଗନ୍ତୁ ବୋଲି ଗୁରୁବାର ରୋହିଣୀ ତାଙ୍କ ନିକଟକୁ ଏକ ନୋଟିସ ଜାରି କରି କହିଛନ୍ତି। ଯଦି ରୂପା ୨୪ ଘଣ୍ଟା ମଧ୍ୟରେ ଲିଖିତ ଭାବେ କ୍ଷମା ନ ମାଗନ୍ତି ତେବେ ତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। କ୍ଷତିପୂରଣ ବାବଦକୁ ରୋହିଣୀ ୧ କୋଟି ଟଙ୍କା ଦାବି କରିଛନ୍ତି।