ଆପ୍‌ କହିବ ଭବିଷ୍ୟତରେ ହେବ କିଭଳି ସ୍ବାସ୍ଥ୍ୟ ସମସ୍ୟା, ବୁନ୍ଦେଲଖଣ୍ଡ ବିଶ୍ୱ ବିଦ୍ୟାଳୟର ସଫଳତା…

ବୁନ୍ଦେଲଖଣ୍ଡ,୧୫।୧୧ : ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ଆପ ବିକଶିତ କରାଯାଉଛି, ଯାହା ଲୋକମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ସଚେତନ ରଖିବାରେ ସହାୟକ ହେବ। ଏହି ସ୍ବତନ୍ତ୍ର ଆପ ବିଶ୍ୱବିଦ୍ୟାଳୟର ଇନୋଭେଶନ ସେଣ୍ଟର ଦ୍ୱାରା ବିକଶିତ ହେଉଛି। ଏହି ଆପର ନାମ ହେଲ୍ପ କୁଣ୍ଡଳୀ ରଖାଯାଇଛି। ଖୁବ ଶୀଘ୍ର ଏହି ଆପ ଲଞ୍ଚ ହେବ ଏବଂ ଏହା ସାଧାରଣ ଲୋକଙ୍କ ମୋବାଇଲରେ ପହଞ୍ଚିବ। ଏହି ଆପ, ଲୋକଙ୍କର କାର୍ଯ୍ୟ ଏବଂ ରୁଟିନ ଜୀବନ ଆଧାରରେ ଭବିଷ୍ୟତରେ ହେବାକୁ ଥିବା ସମ୍ଭାବ୍ୟ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଜାଣିପାରିବ। ଏହା ସହିତ, ଆପ ସୁସ୍ବାସ୍ଥ୍ୟ ବଜାୟ ରଖିବା ବିଷୟରେ ସଠିକ ସୂଚନା ଦେବ।

ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ କୁଣ୍ଡଳି ନାମକ ଏହି ଆପରେ ୧୫ ରୁ ଅଧିକ ସ୍ବାସ୍ଥ୍ୟୃ ସମସ୍ୟୃା ବିଷୟରେ ସୂଚନା ଅନ୍ତର୍ଭୁକ୍ତ କରାଯାଇଛି। ଏହି ଆପ ପ୍ରସ୍ତୁତ କରିଥିବା ଡାକ୍ତର ଲଭକୁଶ ଦ୍ୱିବେଦୀ କହିଛନ୍ତି ଯେ ଏହି ଆପରେ ସ୍ବାସ୍ଥ୍ୟ ସମସ୍ୟା ସଂଖ୍ୟା ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ସେ କହିଛନ୍ତି ଯେ ଏହି ଆପ୍‌ କିଛି ପ୍ରଶ୍ନର ଉତ୍ତର ଉପରେ ଆଧାର କରି ଭବିଷ୍ୟତରେ ହେବାକୁଥିବା କୌଣସି ସ୍ବାସ୍ଥ୍ୟ ସମସ୍ୟାର ପୂର୍ବାନୁମାନ କରିବ। ଏହା ସହିତ ଏହାର ଚିକିତ୍ସା ବିଷୟରେ ମଧ୍ୟ ଉପାୟ କୁହାଯିବ। ଏହା ସହିତ ଡାକ୍ତର, ପ୍ରମୁଖ ଅନୁଷ୍ଠାନ ଏବଂ ସ୍ବାସ୍ଥ୍ୟ ବିଭାଗ ସହ ଜଡିତ ହେଲ୍ପଲାଇନ ନମ୍ବର ବିଷୟରେ ସୂଚନା ମଧ୍ୟ ଏହି ଆପରେ ଉପଲବ୍ଧ ହେବ।

ଏହି ଆପ ବିଷୟରେ ସୂଚନା ଦେଇ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମୁକେଶ ପାଣ୍ଡେ କହିଛନ୍ତି ଯେ ଏହି ଆପ୍‌ର ବିକଶିତ ଉପରେ କାମ ବର୍ତ୍ତମାନ ଚାଲିଛି। କିଛି ପ୍ରଶ୍ନର ଉତ୍ତର ଦେଇ ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟାର ଲକ୍ଷଣ ମଧ୍ୟ ଜାଣିହେବ।

Share