Categories: ରାଜ୍ୟ

ବାରିପଦା ଓ ନୀଳଗିରି ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ବାଲେଶ୍ୱର ଅଫିସ/ବାରିପଦା ଅଫିସ, ୩୦।୬- ବାରିପଦା ଓ ନୀଳଗିରିରେ ଚଳିତବର୍ଷ ସମସ୍ତ କୋଭିଡ୍‌ ନିୟମ ଅନୁସାରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟରେ ମଙ୍ଗଳବାର ଆବେଦନ କରାଯାଇଛି। ବାରିପଦା ରଥଯାତ୍ରା ପାଇଁ ଭଞ୍ଜସେନା ପକ୍ଷରୁ ଆକାଶକୁମାର ଶର୍ମା ଓ ବାଲେଶ୍ୱର ଜିଲାର ନୀଳଗିରିଠାରେ ରଥଯାତ୍ରା ଲାଗି ଜଗନ୍ନାଥପ୍ରେମୀ ଆଇନଜୀବୀ ଡ. ସୁଶାନ୍ତ କୁମାର କାନୁନ୍‌ଗୋ ମଙ୍ଗଳବାର ସୁପ୍ରିମକୋର୍ଟରେ ଆବେଦନ କରିଥିବା ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

Share