ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାରର ଅଧା କିଲୋଗ୍ରାମ ସେଓ, କ୍ଷୀର ୧ ଲିଟର, ଚିନି ୧୦୦ ଗ୍ରାମ୍, ଛୋଟ ଛୋଟ କଟା ହୋଇଥିବା କାଜୁ ୨ ବଡ଼ ଚାମଚ, ୨ ଚାମଚ କିସ୍ମିସ୍, ପେସ୍ତା ଅଧା ଚାମଚ, ୪ଟି ଗୁଜୁରାତି ଗୁଣ୍ଡ, ବେକିଂ ସୋଡ଼ା ୧/୪ ଛୋଟ ଚାମଚ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସେଓରୁ ଚୋପା ଛଡ଼ାଇ ମଞ୍ଜି ବାହାର କରିଦିଅନ୍ତୁ। ଏହାକୁ ଭଲ ଭାବେ କୋରି ଦିଅନ୍ତୁ। ଏକ ପାତ୍ରରେ ଚୁଲାରେ କ୍ଷୀର ଗରମ କରନ୍ତୁ। ଏହାକୁ ଭଲ ଭାବେ ଫୁଟି ଅଧା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏହା ପରେ ବେକିଂ ସୋଡ଼ା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ କୋରା ଯାଇଥିବା ସେଓକୁ ସେଥିରେ ପକାଇ ଗୋଳନ୍ତୁ। ଏହା ଗାଢ ହୋଇଗଲେ ସେଥିରେ ଚିନି ଏବଂ କାଜୁ, କିସ୍ମିସ୍, ପେସ୍ତା ଆଦି ପକାଇ ଗୋଳାଇ ଦିଅନ୍ତୁ। ଶେଷରେ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଚୁଲା ବନ୍ଦ କରିଦିଅନ୍ତୁ। ଥଣ୍ଡା ହେବା ପରେ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବାର ଆନନ୍ଦ ନିଅନ୍ତୁ।