ନୂଆଦିଲ୍ଲୀ,୧୯।୯ : ପ୍ରମୁଖ ସ୍ମାର୍ଟ ଫୋନ ବ୍ରାଣ୍ଡ ଆପଲ୍ ଖୁବ୍ଶୀଘ୍ର ଭାରତ ବଜାରରେ ଅନ୍ଲାଇନ ଷ୍ଟୋର ଖୋଲିବାକୁ ଯାଉଛି। ଭାରତୀୟ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି କମ୍ପାନୀ ଏହି ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଚଳିତ ମାସ ୨୩ରେ ଏହି ଷ୍ଟୋର ଶୁଭାରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି। ଏଭଳି ପଦକ୍ଷେପ ଦ୍ୱାରା ଗ୍ରାହକଙ୍କ ଚାହିଦା ପୂରଣ ସହ ଘରୋଇ ବଜାରରେ ଏକ ପ୍ରମୁଖ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଭାବେ ସଫଳତା ହାସଲ କରିବ ବୋଲି କମ୍ପାନୀର ଜଣେ ଅଧିକାରୀ ଏହା କହିଛନ୍ତି। ଏହି ଷ୍ଟୋର ଶୁଭାରମ୍ଭ ହୋଇଯିବା ପରେ ଭାରତ ବଜାରରୁ ଗ୍ରାହକମାନେ ସିଧା ଏହି ଫୋନକୁ ଅନ୍ଲାଇନ ଦ୍ୱାରା ମଗାଇପାରିବେ। କମ୍ପାନୀ ବର୍ତ୍ତମାନ ଆମାଜନ ଓ ଫ୍ଲିପ୍କାର୍ଟ ଏବଂ ଓ୍ବାଲ୍ମାର୍ଟ ଦ୍ୱାରା ସେବା ଯୋଗାଇ ଦେଉଛି। ସେହିଭଳି ଏହି ଫୋନ ଅନ୍ଲାଇନ ଜରିଆରେ ଅର୍ଡରର ୨୪ରୁ ୭୨ ଘଣ୍ଟା ମଧ୍ୟରେ ଡେଲିଭରି ଦେବାକୁ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସାମଗ୍ରୀ ଅର୍ଡରର ଡେଲିଭରି ନିମେନ୍ତ ବ୍ଲୁ ଡାର୍ଡ ସହ ସହବନ୍ଧିତା କରାଯାଇଥିବା ସୂଚନା ମିଳିଛି।