Categories: ବାଣିଜ୍ୟ

ଆଇଫୋନର ଦାମ୍‌ କମାଇଲା ଆପଲ, ଜାଣନ୍ତୁ ଏବେ କେତେ ଟଙ୍କାରେ କିଣିପାରିବେ

ନୂଆଦିଲ୍ଲୀ,୨୯।୭: ବଜେଟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ମାର୍ଟଫୋନରେ ମୌଳିକ କଷ୍ଟମ ଡ୍ୟୁଟି ୨୦ରୁ ୧୫ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ସ୍ମାର୍ଟଫୋନର ମୂଲ୍ୟ ଉପରେ ପ୍ରଭାବ ପଡିଛି। ବଜେଟ ୨୦୨୪ପରେ ଆପଲ ଆଇଫୋନର ମୂଲ୍ୟକୁ ୩ରୁ ୪ ପ୍ରତିଶତ ହ୍ରାସ କରିଛି। ଏହାର ଅର୍ଥ ହେଉଛି ବର୍ତ୍ତମାନ ଆଇଫୋନ ୧୫ଏବଂ ଆଇଫୋନ ୧୪ ସହିତ ଅନ୍ୟ ମଡେଲଗୁଡିକର ମୂଲ୍ୟ ହ୍ରାସ କରାଯାଇଛି।

ଆପଲ ଆଇଫୋନର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହି ସ୍ମାର୍ଟଫୋନର ମୂଲ୍ୟ ୩୦୦ରୁ ଆରମ୍ଭ ହୋଇ ୫୯୦୦ ପର୍ଯ୍ୟନ୍ତ ଟଙ୍କାକୁ ହ୍ରାସ କରାଯାଇଛି। ଏଭଳି ପରିସ୍ଥିତିରେ, ଏବେ ଆଇଫୋନର ନୂତନ ମୂଲ୍ୟ କ’ଣ ରହିଛି ଜାଣନ୍ତୁ…

ଆଇଫୋନ ୧୫ର ମୂଲ୍ୟ ୩୦୦ ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ଆପଣ ଆଇଫୋନ ୧୫ ୧୨୮ ଜିବି ଭାରିଆଣ୍ଟ ୭୯,୯୦୦ଟଙ୍କା ବଦଳରେ ୭୯,୬୦୦ ଟଙ୍କା ପାଇବେ ।

ଆଇଫୋନ ୧୫ପରି ଆଇଫୋନ ୧୫ପ୍ଲସର ମୂଲ୍ୟ ମଧ୍ୟ ୩୦୦ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ୧୨୮ ଜିବି ଭାରିଆଣ୍ଟ ପାଇଁ ଆପଣଙ୍କୁ ୮୯,୯୦୦ ଟଙ୍କା ବଦଳରେ ବର୍ତ୍ତମାନ ୮୯,୬୦୦ ଟଙ୍କା ଦେବାକୁ ହେବ।

ଆଇଫୋନ ୧୫ ପ୍ରୋ ୫୧୦୦ଟଙ୍କା ଶସ୍ତା ହୋଇଛି। ଏହାର ଅର୍ଥ ହେଉଛି, ଆପଣ ଯେଉଁ ମଡେଲକୁ ୧ ,୩୪,୯୦୦ ଟଙ୍କା ପାଉଥିଲେ, ତାହା ବର୍ତ୍ତମାନ ୧,୨୯, ୮୦୦ ଟଙ୍କାରେ ଉପଲବ୍ଧ ହେବ।

ଆଇଫୋନର ୧୪ ମୂଲ୍ୟ ୩୦୦ ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ଆପଣ ଏହି ଫୋନର ୧୨୮ ଜିବି ଭାରିଆଣ୍ଟ ୬୯,୯୦୦ ଟଙ୍କା ବଦଳରେ ୬୯,୬୦୦ ଟଙ୍କା ପାଇବେ ।

 

Share