ଦାରିଙ୍ଗବାଡ଼ିରେ ପ୍ରଥମଥର ଫଳିଛି ସେଓ

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳ ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା। ଏଠାକାର ଜଳବାୟୁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ହଳଦୀ ଚାଷ ପାଇଁ କନ୍ଧମାଳ ବିଶ୍ୱ ପ୍ରସିଦ୍ଧ ହୋଇଥିବା ବେଳେ ଥଣ୍ଡା ଜଳବାୟୁ ପାଇଁ କଫି ଚାଷ ବି ସାରା ଦେଶରେ ପରିଚିତ। ସେହିପରି ଅନ୍ୟ ଚାଷ ମଧ୍ୟରେ ପନିପରିବା, ଆମ୍ବ, ଲିଚୁ, ଓ ବହୁ ଚର୍ଚ୍ଚିତ ଲାଭଦାୟକ ଷ୍ଟ୍ରବେରୀ ଚାଷ ମଧ୍ୟ ଦାରିଙ୍ଗବାଡ଼ିରେ ସଫଳତାର ସହ ହୋଇପାରିଛି। ଏବେ ପୁଣି ଅଞ୍ଚଳରେ ସେଓ ଫଳିବା ପରେ ଏହି ଜଳବାୟୁରେ ସେଓ ସହ ଅଙ୍ଗୁର ଚାଷ ମଧ୍ୟ ହୋଇପାରିବ ବୋଲି ଆଶା କରାଯାଇଛି। ଏଭଳି ସଫଳତାର ସହ ଚାଷ ହୋଇଥିବା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ିଠାରେ ଥିବା ଏକ ରିସର୍ଟ ପରିସରରେ। ରିସର୍ଟର ଚେୟାର ପର୍ସନ ବିପିନ ପାଇକରାୟ ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳର ହୋଇଥିବା ବେଳେ ସେ ଦାରିଙ୍ଗବାଡ଼ିଠାରେ ଏକ ରିସର୍ଟ କରିଛନ୍ତି। ସେଠାରେ ସେ ସିମ୍‌ଲାରୁ ଆଣିଥିବା ୨୧ଟି ସେଓ ଚାରା ପରୀକ୍ଷାମୂଳକ ଭାବେ ରୋପଣ କରିଥିଲେ। ତାକୁ ତଦାରଖ କରିବା ପରେ ଉକ୍ତ ଗଛରେ ୩ ବର୍ଷରେ ଫଳିବାକୁ ଥିବା ସେଓ ମାତ୍ର ଦେଢ଼ ବର୍ଷରେ ଫଳ ଦେଇଛି। ଏବେ ବିପିନ କହିଛନ୍ତି, ସେ ଏହି ଚାଷ ଅଧିକ କରିବେ ଏବଂ ପୁଣି ସିମ୍‌ଲାରୁ ଚାରା ଆଣି ଏହାର ବହୁଳ ଚାଷ କରିବେ। ଏଥିସହ ସେ ଏହି ଚାଷ ଅନ୍ୟମାନେ ମଧ୍ୟ କରନ୍ତୁ ବୋଲି କହିଛନ୍ତି। ଦାରିଙ୍ଗବାଡ଼ିରେ ଏହି ଚାଷର ସମ୍ଭାବନାକୁ ନେଇ ସମସ୍ତେ ଆଗ୍ରହ ପ୍ରକାଶ କରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri