ଭାରତରେ ଉତ୍ପାଦନ ବଢେଇବ ଆପଲ

ନୂଆଦିଲ୍ଲୀ,୨୪।୯: ଆଇଫୋନ ନିର୍ମାତା ଆପଲ କମ୍ପାନୀ ଆସନ୍ତା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆପଲ ଫୋନ ଉତ୍ପାଦନକୁ ପାଞ୍ଚ ଗୁଣରୁ ୪୦ ବିଲିୟନ ଡ଼ଲାର୍‌ (ପ୍ରାୟ ୩.୩୨ ଲକ୍ଷ କୋଟି)କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଗତ ଆର୍ଥିକ ବର୍ଷରେ କମ୍ପାନୀ ଉତ୍ପାଦନ ସାତ ବିଲିୟନ ଡଲାର ଅତିକ୍ରମ କରିଛି।

ଆପଲ ଭାରତରେ ଆଇଫୋନ ତିଆରି କରେ କିନ୍ତୁ ଆସନ୍ତା ବର୍ଷ ଠାରୁ ଏୟାରପଡ ଉତ୍ପାଦନ ଆରମ୍ଭ କରିବ। ବର୍ତ୍ତମାନ ଆପଲ ଭାରତରେ ଆଇପ୍ୟାଡ କିମ୍ବା ଲାପଟପ ଉତ୍ପାଦନ କରିବାର କୌଣସି ଯୋଜନା ନାହିଁ ବୋଲି କମ୍ପାନୀ କହିଛି।

Share