ଆପଲ୍‌ର ବଡ଼ ପ୍ରସ୍ତୁତି: ବଜାରକୁ ଆସିବ ଫୋଲ୍ଡିଂ ଆଇଫୋନ୍‌

ଆପଲର ପ୍ରଥମ ମିକ୍ସଡ ରିଅଲିଟି ହେଡ୍‌ସେଟ୍‌ ଭିଜନ ପ୍ରୋ ଆମେରିକାରେ ଉପଲବ୍ଧ ହୋଇଛି ଏବଂ ବର୍ତ୍ତମାନ ଫୋଲଡେବଲ ଆଇଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟେକ୍‌ ଜିଆଣ୍ଟ ଆପଲ ଦ୍ୱାରା ଅତି କମ୍‌ରେ ଦୁଇଟି ଆଇଫୋନ୍‌ ପ୍ରୋଟୋଟାଇପ ବିକଶିତ ହେଉଛି। ଯାହା ହୋରାଇଜେଣ୍ଟାଲ ଭାବରେ ଫୋଲ୍ଡ ହେବ। ଏହି ଆଗାମୀ ହ୍ୟାଣ୍ଡସେଟ୍‌ଗୁଡ଼ିକ ଗାଲାକ୍ସି ଜେ ଫ୍ଲିପ୍‌-୫ର ପ୍ରତ୍ୟକ୍ଷ ପ୍ରତିଯୋଗୀ ହେବ। ଏହି ଫୋଲଡେବଲ ଫୋନଗୁଡ଼ିକ ଆଗାମୀ କିଛି ବର୍ଷ ମଧ୍ୟରେ ମାସ୍‌ ପ୍ରଡକ୍ସନରେ ଯିବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଆପଲ ଅତି କମ୍‌ରେ ଦୁଇଟି କ୍ଲାମସେଲ ଷ୍ଟାଇଲ ଫୋଲଡେବଲ ଆଇଫୋନ ମଡେଲର ପ୍ରୋଟୋଟାଇପ ତିଆରି କରୁଛି। ଯେମିତି ସାମସଙ୍ଗର ଗାଲାକ୍ସି ଜେ ଫ୍ଲିପ୍‌ ଡିଭାଇସରେ ପରି। ଯାହାକି ହୋରାଇଜେଣ୍ଟାଲ ଫୋଲ୍ଡ। ଏଥିରୁ ଜଣାପଡୁଛି ଯେ, ଫୋଲଡେବଲ ଉପକରଣଗୁଡ଼ିକ ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟରେ ଅଛି। ରିପୋର୍ଟ ଅନୁଯାୟୀ, ଏହି ଫୋନ୍‌ ୨୦୨୪ କିମ୍ବା ୨୦୨୫ ପାଇଁ କମ୍ପାନୀର ମାସ ପ୍ରଡକ୍ସନ ପ୍ଲାନ୍‌ରେ ଯଦି ନାହିଁ କିନ୍ତୁ ଏହା ବଜାରକୁ ଆସିବ ବୋଲି ଖୁବ୍‌ ଚର୍ଚ୍ଚା ହେଉଛି।

ଆପଲ ଏକ ଫୋଲଡେବଲ ଆଇଫୋନ୍‌ ତିଆରି ପାଇଁ ଚିନ୍ତା କରୁଛି। ଯେଉଁଥିରେ ଡିଭାଇସ ବାହାରେ ଏକ ଡିସପ୍ଲେ ରହିବ। ଯାହା ଡିଭାଇସ ଅଫ୍‌ ହେବାବେଳେ ଦୃଶ୍ୟମାନ ହେବ କିନ୍ତୁ ଇଞ୍ଜିନିୟରମାନେ ଡିଜାଇନ ପାଇଁ ବହୁତ କଷ୍ଟ କରିଛନ୍ତି। ଏହା ବ୍ୟତୀତ କମ୍ପାନୀର ଇଞ୍ଜିନିୟର୍ସମାନେ ଏକ ଫୋଲଡେବଲ ବିକାଶ କରିବାକୁ ଚାହୁଁଛନ୍ତି। ଯାହା ବର୍ତ୍ତମାନର ଆଇଫୋନ୍‌ ମଡେଲ ପରି ପତଳା। କିନ୍ତୁ ରିପୋର୍ଟ ଅନୁଯାୟୀ ବ୍ୟାଟେରୀର ଆକାର ଏବଂ ଡିସ୍‌ପ୍ଲୋ କମ୍ପୋନେଟ୍‌ସ ଉପକରଣର ଘନତା ବା ମୋଟେଇ ବଢ଼ାଉଛି। ଖବର ଅନୁଯାୟୀ, ଦୁଇଟି ଫୋଲଡେବଲ ଆଇଫୋନ୍‌ ମଡେଲ ସହିତ ଜଡ଼ିତ କମ୍ପୋନେଟ୍‌ସ ପାଇଁ ଆପଲ ଏସିଆର ଅତି କମ୍‌ରେ ଜଣେ ସପ୍ଲାଏରଙ୍କ ସହ ଯୋଗାଯୋଗ କରିଛି।

ପ୍ରାପ୍ତ ସୂଚନାନୁଯାୟୀ, ଏକ ଫୋଲଡେବଲ ଆଇଫୋନ୍‌ ମଡେଲ ମଧ୍ୟ ପାଇପ୍‌ଲାଇନ୍‌ରେ ଅଛି। ଏହା ବର୍ତ୍ତମାନର କରେଣ୍ଟ ଜେନେରେସନ ଆଇପ୍ୟାଡ୍‌ ମିନି ସହିତ ସମାନ ଆକାରର ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ମଡେଲ ୮-ଇଞ୍ଚ। ବର୍ତ୍ତମାନ ଆପଲ ଦ୍ୱାରା ଫୋଲଡେବଲ ଆଇଫୋନ କିମ୍ବା ଆଇପ୍ୟାଡ ସମ୍ବନ୍ଧରେ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।

Share