Categories: ବାଣିଜ୍ୟ

ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର, ଗୋଦ୍‌ରେଜ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪ା୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି ବୋଲି ଗୋଦ୍‌ରେଜ ୍‌ ଆପ୍ଲାଏନ୍‌ସେସ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍‌ନେସ୍‌ ହେଡ୍‌ କମଲ ନନ୍ଦୀ ଏ ନେଇ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଏପରିକି ଜାତୀୟସ୍ତର (ପାନ୍‌ ଇଣ୍ଡିଆ)ରେ ଶିଳ୍ପ ଭାଗୀଦାରି ୮୦,୦୦୦ କୋଟି ଟଙ୍କା ରହିଥିଲାବେଳେ ଏୟାର କଣ୍ଡିଶନର ଓ ରେଫ୍ରିଜରେଟର ବଜାର ଅଂଶ ସର୍ବାଧିକ ରହିଛି।

ସେହିଭଳି ଚଳିତ ବର୍ଷର ଗ୍ରୀଷ୍ମଋତୁ (ସମର ସିଜନ)ରେ ବଜାର ଅଂଶ ବିଗତ ବର୍ଷଗୁଡିକଠାରୁ ବେଶ ୍‌ ଉତ୍ସାହଜନକ ଏବଂ ଅଭିବୃଦ୍ଧି ଭିତ୍ତିକ ହୋଇଥିଲାବେଳେ କୁଲିଂ ପ୍ରଡକ୍ଟସର ବଜାର ଅଂଶ ୨୫ରୁ ୩୦% ବୃଦ୍ଧି ଘଟିଛି। ବିଶେଷକରି ବ୍ରାଣ୍ଡ୍‌ର ଚାହିଦା ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦଗୁଡିକ କମ୍ପାନୀର ବଜାର ଅଂଶକୁ ବୃଦ୍ଧି କରାଇବା ସହ ମାକେର୍ଟ ଲିଡର କରାଇପାରିଛି। ଅପରପକ୍ଷରେ ଓଡ଼ିଶା ବଜାରର ଚାହିଦା ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ପୂର୍ବ ଭାରତର ବଜାର ଅଂଶରେ ଓଡ଼ିଶାର ଅଂଶ ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ କମ୍ପାନୀ ଓଡ଼ିଶା ବଜାରକୁ ଅଗ୍ରଣୀ ବଜାର ଭାବେ ବିବେଚିତ କରିବା ସହ ନୂତନ ଉତ୍ପାଦ ଓ ଆଉଟ୍‌ଲେଟ ସମ୍ପ୍ରସାରଣରେ କାରବାର ବୃଦ୍ଧିକୁ ଗୁରୁତ୍ୱ ଦେଉଛି।

ଗୋଦ୍‌ରେଜ୍‌ ଆଣ୍ଡ ବଏସ୍‌ର ପ୍ରମୁଖ କମ୍ପାନୀ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରାଣ୍ଡ୍‌ର ଲୋକପ୍ରିୟ ‘ଭୋଗ୍‌ ସିରିଜ’ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ପାତ୍ର ଇଲେକ୍ଟ୍ରୋନିକ୍ସର ସିଡିଏ ସେକ୍ଟର-୮ କଟକ ଆଉଟ୍‌ଲେଟ ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଗୋଦ୍‌ରେଜ୍‌ ଆପ୍ଲାଏନସେସ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍‌ନେସ୍‌ ହେଡ୍‌ କମଲ ନନ୍ଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଦ୍‌ରେଜ୍‌ ଆପ୍ଲାଏନସେସ୍‌ର ଜାତୀୟ ବିକ୍ରି ମୁଖ୍ୟ ସଞ୍ଜୀବ ଜୈନ, ଆଞ୍ଚଳିକ ବାଣିଜ୍ୟ ମୁଖ୍ୟ ସୌଗତ ଦତ୍ତ, ଓଡ଼ିଶା ବିଜ୍‌ନେସ୍‌ ହେଡ୍‌ ନୀଳମାଧବ ଜେନା ଏବଂ ଓଡ଼ିଶା ମାର୍କେଟିଂ ମ୍ୟାନେଜର ପ୍ରେମାଂଶୁ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share