ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ଯୁକ୍ତ୨ ପ୍ରଥମ ବର୍ଷ କରେସ୍ପଣ୍ଡେନ୍ସ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୧୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୧୯ ତାରିଖ ପୂର୍ବାହ୍ନ ୧୧ଟାରେ ସାମ୍ସ ଓ୍ବେବ୍ସାଇଟ୍ରେ ଫର୍ମ ଉପଲବ୍ଧ ହେବ। ନଭେମ୍ବର ୩ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ମାଧ୍ୟମିକ ଶିକ୍ଷା ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ୩,୧୬୦ ଟଙ୍କା ଫି’ ରହିଥିବାବେଳେ ଅନ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ୩,୧୮୦ ଟଙ୍କା ରହିଛି। ମନୋନୀତ ଛାତ୍ରୀଛାତ୍ରଙ୍କ ତାଲିକା ନଭେମ୍ବର ୧୦ ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ନଭେମ୍ବର ୧୧ ପୂର୍ବାହ୍ନ ୧୧ଟାରୁ ୧୯ ତାରିଖ ଅପରାହ୍ନ ୪ଟା ଭିତରେ ନାମ ଲେଖାଇବେ। ଏ ନେଇ ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।