ଓଡ଼ିଶା ଅଙ୍ଗନୱାଡ଼ିରେ ୨୫୪୫ ପଦବୀରେ ନିଯୁକ୍ତି ପାଇଁ ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

ଭୁବନେଶ୍ୱର,୨୮ା୭: ଓଡ଼ିଶାରେ ଥିବା ଅଙ୍ଗନୱାଡ଼ି ମାନଙ୍କରେ ନିଯୁକ୍ତି ପାଇଁ ଆବେଦନ ଜାରି ରହିଛି। ଏହି ପ୍ରକ୍ରିୟାରେ ଅଙ୍ଗନୱାଡ଼ି କର୍ମୀ ଓ ହେଲପର ନିଯୁକ୍ତ ହେବେ। ଯେଉଁ ଆଶାୟୀମାନେ ଖାଲି ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

ଏଥିପାଇଁ ଜୁଲାଇ ମାସ ୭ ତାରିଖରୁ ଆବେଦନ ଆରମ୍ଭ ହୋଇଥିଲା ବେଳେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ରହିଛି।

ବୟସସୀମା: ଏହି ପଦବୀରେ ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀ ୧ ଜାନୁଆରୀ ୨୦୨୪ ସୁଦ୍ଧା ସର୍ବନିମ୍ନ ୧୯ ବର୍ଷ ଏବଂ ସର୍ବାଧିକ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଏହାବାଦ ନିୟମ ଅନୁସାରେ ବିଭିନ୍ନ ବର୍ଗର ଆଶାୟୀଙ୍କ ରିହାତି ମିଳିବ।

ଶିକ୍ଷାଗତ ଯୋଗ୍ୟତା: ଦଶମ ପାସ୍, ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ।

ମୋଟ ପଦବୀ: ଅଙ୍ଗନୱାଡ଼ି କର୍ମୀ ୨୬୩।
ଅଙ୍ଗନୱାଡ଼ି ହେଲପର ୨,୨୮୨।

ଆବେଦନ କରିବାକୁ ଚାହୁଁଥିବା ଆଶାୟୀମାନେ ଅଫିସିଆଲ ୱେବସାଇଟ https://engagement-awc.odisha.gov.in/landing ରେ ଯାଇ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

RI, ICDS, ARI, AMIN, SFS ପରୀକ୍ଷା ପାଇଁ ଆସିଲା ଆଡମିଟ୍ କାର୍ଡ

ଭୁବନେଶ୍ୱର,୧୪।୯: ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେସ୍କନ କମିଶନ ପକ୍ଷରୁ RI, ICDS, ARI, AMIN, SFS ପଦବୀ ପାଇଁ ଆଡମିଟ୍‌ କାର୍ଡ ପ୍ରକାଶ ପାଇଛି। ଆସନ୍ତା...

ଆସିଲା ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ତାରିଖ: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

କଟକ,୧୨।୯: ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି। ଅକ୍ଟୋବର ୨୭ ତାରିଖରେ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା ନେଇ ଓଡିଶା ଜନସେବା...

ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ, ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ଆଣିବେ ସ୍ୱତନ୍ତ୍ର ଆଇନ୍‌, ଖାଲି ରହିଛି ୧ ଲକ୍ଷ ୩୨ ହଜାର ୪୫୯ ପଦବୀ

ଭୁବନେଶ୍ୱର,୧୧।୯: ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍‌ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ...

ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ

ଭୁବନେଶ୍ୱର,୬।୯: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସରକାର। ବିଧାୟକ ଚକ୍ରମଣି କହଁରଙ୍କ...

ଓଡ଼ିଶା DRDOରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୩।୯: ଡିଆରଡିଓ(DRDO) ITR ଖାଲି ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ।...

ଓଡ଼ିଶା ଜିଲା ପରିଷଦର ୧୪୮୭ ପଦବୀରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ବର,୧।୯: ଏମଜିଏନଆରଇଜିଏ ଯୋଜନା ଅନ୍ତର୍ଗତ ଚୁକ୍ତି ଭିତ୍ତିରେ ଗ୍ରାମ ରୋଜଗର ସେବକ (GRS) ନିଯୁକ୍ତି ପାଇଁ ଓଡିଶା ଜିଲା ପରିଷଦ ଘୋଷଣା କରିଛି। ବାଲେଶ୍ୱର, ନୁଆପଡା,...

ଅବସର ନେଇଥିବା କର୍ମଚାରୀଙ୍କୁ ପୁଣି ଚାକିରିରେ ରଖିବ Indian Railway , ଜାଣନ୍ତୁ କେଉଁ ପଦ ପଦବୀରେ ହେବ ନିଯୁକ୍ତି

ନୂଆଦିଲ୍ଲୀ,୩୦।୮: ଭାରତୀୟ ରେଳବାଇ ବୋର୍ଡ ଅବସରପ୍ରାପ୍ତ ରେଳ ଅଧିକାରୀଙ୍କୁ ପୁନଃ ନିଯୁକ୍ତି କରିବାକୁ ଅନୁମୋଦନ କରିଛି। ଅଗଷ୍ଟ ୨୯ରେ ସମସ୍ତ ଆଞ୍ଚଳିକ ରେଳବାଇ ଏବଂ ସରକାରୀ...

ଖାଲିପଡ଼ିଥିବା ଆର୍‌.ଆଇ, ଏ.ଆର୍‌.ଆଇ ଏବଂ ଅମିନ ପଦବୀ କେବେ ପୂରଣ ହେବ ? ବିଧାନସଭାରେ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୯ା୮: ରାଜ୍ୟରେ ଖାଲି ପଡ଼ିଥିବା ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜସ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri