ଓଡ଼ିଶା ଅଙ୍ଗନୱାଡ଼ିରେ ୨୫୪୫ ପଦବୀରେ ନିଯୁକ୍ତି ପାଇଁ ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

ଭୁବନେଶ୍ୱର,୨୮ା୭: ଓଡ଼ିଶାରେ ଥିବା ଅଙ୍ଗନୱାଡ଼ି ମାନଙ୍କରେ ନିଯୁକ୍ତି ପାଇଁ ଆବେଦନ ଜାରି ରହିଛି। ଏହି ପ୍ରକ୍ରିୟାରେ ଅଙ୍ଗନୱାଡ଼ି କର୍ମୀ ଓ ହେଲପର ନିଯୁକ୍ତ ହେବେ। ଯେଉଁ ଆଶାୟୀମାନେ ଖାଲି ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

ଏଥିପାଇଁ ଜୁଲାଇ ମାସ ୭ ତାରିଖରୁ ଆବେଦନ ଆରମ୍ଭ ହୋଇଥିଲା ବେଳେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ରହିଛି।

ବୟସସୀମା: ଏହି ପଦବୀରେ ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀ ୧ ଜାନୁଆରୀ ୨୦୨୪ ସୁଦ୍ଧା ସର୍ବନିମ୍ନ ୧୯ ବର୍ଷ ଏବଂ ସର୍ବାଧିକ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଏହାବାଦ ନିୟମ ଅନୁସାରେ ବିଭିନ୍ନ ବର୍ଗର ଆଶାୟୀଙ୍କ ରିହାତି ମିଳିବ।

ଶିକ୍ଷାଗତ ଯୋଗ୍ୟତା: ଦଶମ ପାସ୍, ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ।

ମୋଟ ପଦବୀ: ଅଙ୍ଗନୱାଡ଼ି କର୍ମୀ ୨୬୩।
ଅଙ୍ଗନୱାଡ଼ି ହେଲପର ୨,୨୮୨।

ଆବେଦନ କରିବାକୁ ଚାହୁଁଥିବା ଆଶାୟୀମାନେ ଅଫିସିଆଲ ୱେବସାଇଟ https://engagement-awc.odisha.gov.in/landing ରେ ଯାଇ ଆବେଦନ କରିପାରିବେ।