ଲାପଟପ୍‌ ପାଇଁ ୧୫ରୁ ଆବେଦନ

ଭୁବନେଶ୍ୱର,୧୪ା୭ (ଅନୁରାଧା ମହାରଣା):ଲାପଟପ୍‌ ଡିବିଟି ଯୋଜନା ୨୦୨୧ ଓ ୨୦୨୨ ଅଧୀନରେ ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୧୫ ହଜାର ମେଧାବୀଙ୍କୁ ଲାପଟପ୍‌ ପ୍ରଦାନ କରାଯିବ। ଏଥିପାଇଁ ଜୁଲାଇ ୧୫ରୁ ଅଗଷ୍ଟ ୫ ମଧ୍ୟରେ ଆବେଦନ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଯୋଜନାରେ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ତାଲିକା www.dhe.odisha.gov.in ଓ www.scholarship.odisha.gov.in ଓ୍ବେବ୍‌ସାଇଟରେ ଉପଲବ୍ଧ ହୋଇଛି। ଲାପଟପ୍‌ ଡିବିଟି ଯୋଜନା ୨୦୨୧ ପାଇଁ ୨୦୨୨ ମାର୍ଚ୍ଚ ୨୯ରୁ ଆବେଦନ ଗ୍ରହଣ କରାଯାଉଥିବାବେଳେ ଲାପଟପ୍‌ ଡିିବିଟି ଯୋଜନା ୨୦୨୨ ପାଇଁ ୨୦୨୩ ଏପ୍ରିଲ ୫ରୁ ଆବେଦନ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଆବେଦନ କରି ନ ଥିବା ମେଧାବୀ ଛାତ୍ରୀଛାତ୍ର www.scholarship.odisha.gov.in ମାଧ୍ୟମରେ ଆବେଦନ କରିପାରିବେ। ନିଜ ଆଧାର ନମ୍ବର ଏବଂ ଆଧାର ସହିତ ସଂଯୋଗ ହୋଇଥିବା ମୋବାଇଲ ନମ୍ବର ମାଧ୍ୟମରେ ପଞ୍ଜିକରଣ କରି ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ବିବରଣୀ ପ୍ରଦାନ କରିବାକୁ କୁହାଯାଇଛି।

Share