ନୂଆ ଗ୍ରୀନ୍‌କାର୍ଡ ପାଇଁ ଆବେଦନ ଘୋଷଣା, ଉପକୃତ ହେବେ ହଜାର ହଜାର ଭାରତୀୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୧୦: ହ୍ବାଇଟ୍‌ ହାଉସ କମିଶନ ଗ୍ରୀନକାର୍ଡ ଆବେଦନ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଯୁକ୍ତି ପ୍ରାଧିକରଣ ଡକ୍ୟୁମେଣ୍ଟକୁ ସୁପାରିସ କରିଛନ୍ତି।

ଆମେରିକାର ଭାରତୀୟମାନେ ସେମାନଙ୍କ ଗ୍ରୀନ୍‌କାର୍ଡକୁ ଅପେକ୍ଷା କରିଛନ୍ତି, ହ୍ବାଇଟ୍‌ ହାଉସ୍‌ କମିଶନ ଆବେଦନ ପ୍ରକ୍ରିୟାକରଣ ପ୍ରଣାଳୀର ପ୍ରାଥମିକ ପର୍ଯ୍ୟାୟରେ ଏକ ନିଯୁକ୍ତି ପ୍ରାଧିକରଣ କାର୍ଡ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ନୂତନ ଘୋଷଣା ଯଦି କାର୍ଯ୍ୟକାରୀ ହୁଏ ତେବେ ୮ ମିଲିୟନରୁ ଅଧିକ ଆବେଦନକାରୀ ଉପକୃତ ହେବେ। ଏଥିମଧ୍ୟରେ ରହିଛନ୍ତି ଅଧିକାଂଶ ଭାରତୀୟ। ଏଥିରେ ଆବେଦନକାରୀ ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ୫ ବର୍ଷରୁ ଅଧିକ ସମୟ ଧରି ବ୍ୟାକ୍‌ଲଗ୍‌ରେ ଅଛନ୍ତି ଏବଂ ୨୦୧୮ରେ ସେମାନଙ୍କର ଆବେଦନ ଦାଖଲ କରିଥିଲେ।

Share