ମୁଖ୍ୟମନ୍ତ୍ରୀ ଋଣ ଛାଡ଼ ଯୋଜନା ପାଇଁ ଆବେଦନ ଆରମ୍ଭ, ଯେକୌଣସି ବ୍ୟାଙ୍କରୁ ଋଣ ନେଇଥିଲେ ମିଳିବ ସୁବିଧା

ଭୁବନେଶ୍ୱର,୧୮।୧୨: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୁତ କରିବା ଲାଗି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’ ଆରମ୍ଭ ହୋଇଛି । କୋଭିଡ୍ ମହାମାରୀ ପାଇଁ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର କ୍ଷତିର ସମ୍ମୁଖୀନ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଉଦ୍ୟୋଗୀମାନଙ୍କର କ୍ଷତିଭରଣା ପାଇଁ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି ।

ଚଳିତ ମାସ ୧୫ ତାରିଖରୁ ସୁଧ ଫେରସ୍ତ ପାଇବା ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଛି । cm-srim.odisha.gov.in ପୋର୍ଟାଲରେ ଆବେଦନପତ୍ର ଗ୍ରହଣ ଆରମ୍ଭ ହୋଇଛି । ୨୦୨୦ ମସିହା ଏପ୍ରିଲ ୧ ତାରିଖ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍‌.ଏସ୍‌.ଏମ୍‌.ଇ ୟୁନିଟ୍ ସୁଧ ଫେରସ୍ତ ପାଇଁ ଆବେଦନ କରିପାରିବେ । ଯେକୌଣସି ବ୍ୟାଙ୍କରୁ ଋଣ ନେଇଥିଲେ ମଧ୍ୟ ଏମ୍‌.ଏସ୍‌.ଏମ୍‌.ଇ ୟୁନିଟ୍‌ ଗୁଡିକ ଏହି ସୁବିଧା ପାଇପାରିବେ । ଏହି ନୂତନ ଯୋଜନା ପାଇଁ ରାଜ୍ୟ ସରକାର ବାର୍ଷିକ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି ।

Share