୨୯ରୁ ଆବେଦନ, ୩ରେ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟର ସବୁ ଡିଗ୍ରୀ କଲେଜରେ ଯୁକ୍ତ୩ ପ୍ରଥମ ବର୍ଷ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୯ ତାରିଖରୁ ଛାତ୍ରୀଛାତ୍ରମାନେ ଆବେଦନ କରିବେ। ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ସାମ୍ସ ଓ୍ବେବ୍‌ସାଇଟ୍‌ www.samsodisha.gov.inରେ ଅନ୍‌ଲାଇନ୍‌ କମନ ଆପ୍ଲିକେଶନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ। ଆବେଦନର ଶେଷ ତାରିଖ ଫେବୃୟାରୀ ୨ ରହିଛି। ଉକ୍ତଦିନ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଫେବୃୟାରୀ ୩ ଅପରାହ୍ନ ୨ଟାରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ୪ ତାରିଖରୁ ନାମଲେଖା ଆରମ୍ଭ ହେବ। ୯ ତାରିଖ ଅପରାହ୍ନ ୫ଟା ମଧ୍ୟରେ ଛାତ୍ରୀଛାତ୍ରମାନେ ନାମ ଲେଖାଇପାରିବେ। ତେବେ ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ୩ ତାରିଖ ଅପରାହ୍ନ ୨ଟାରୁ ୮ତାରିଖ ସନ୍ଧ୍ୟା ଭିତରେ ଫି’ ଦାଖଲ କରିବାକୁ ପଡ଼ିବ।

Share