ଭୁବନେଶ୍ୱର,୩।୬(ବ୍ୟୁରୋ): ସବାଇ ଘାସକୁ ମିଳିବ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜି.ଆଇ.) ଟ୍ୟାଗ। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଏ ନେଇ ଆବେଦନ କରିଛି। ନିଗମ ପକ୍ଷରୁ ଆଇପି ଏଟର୍ଣ୍ଣି ପି ସଞ୍ଜୟ ଗାନ୍ଧୀ ଜିଆଇ ଅଧିକାରୀଙ୍କ ନିକଟରେ ଏହି ଆବେଦନ କରିଛନ୍ତି। ସବାଇ ଘାସ ଓଡ଼ିଶାର ହସ୍ତଶିଳ୍ପର ଏକ ପ୍ରମୁଖ ଅଂଶ। ଏହା ଉପରେ ନିର୍ଭର କରି ଅନେକ କାରିଗର ନିଜର ପରିବାର ଚଳାଉଛନ୍ତି। ସବାଇ ଘାସରେ ମୁଖ୍ୟତଃ ଆସନ, ପେଡ଼ି, ଡାଲା ଆଦି ବିଭିନ୍ନ ଘରୋପକରଣ ସହ ସୌନ୍ଦର୍ଯ୍ୟକରଣ ସାମଗ୍ରୀ ତିଆରି କରାଯାଉଛି।