Categories: ଜାତୀୟ

୩ ରାଜ୍ୟ ପାଇଁ ଭାଜପାର ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ,୮ା୧୨: ୩ ରାଜ୍ୟ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନାମ ଶୁକ୍ରବାର ଘୋଷଣା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଭାଜପା। ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାଓ୍ବଡେ ଏବଂ ସରୋଜ ପାଣ୍ଡେଙ୍କୁ ଦଳ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିବା ବେଳେ ମଧ୍ୟପ୍ରଦେଶ ପାଇଁ ମନୋହରଲାଲ୍‌ ଖଟ୍ଟର, କେ. ଲକ୍ଷ୍ମଣ ଏବଂ ଆଶା ଲାକ୍ରାଙ୍କୁ ନିଯୁକ୍ତି ମିଳିଛି। ସେହିପରି ଛତିଶଗଡ଼ ପାଇଁ ଅର୍ଜୁନ ମୁଣ୍ଡା, ଦୁଷ୍ୟନ୍ତ ଗୌତମ ଏବଂ ସର୍ବାନନ୍ଦ ସୋନଓ୍ବାଲଙ୍କ ନାମ ଘୋଷଣା କରିଛି ଭାଜପା।

Share