Categories: ଜାତୀୟ

ନୂଆ ଆଇନ ଆଧାରରେ ନ ହେଉ ନିର୍ବାଚନ କମିଶନଙ୍କ ନିଯୁକ୍ତି, କଂଗ୍ରେସ ନେତାଙ୍କ ଆବେଦନ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗର ଦୁଇଟି ଖାଲି ପଦବୀ ପୂରଣ ପାଇଁ ଖୁବ ଶୀଘ୍ର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସେପଟେ ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଏକ ପିଟିସନ ଦାଖଲ କରାଯାଇଛି। ନୂତନ ଆଇନ ନିର୍ବାଚନ କମିଶନର୍‌ (ସେବା ସର୍ତ୍ତ ଏବଂ ସେବା ଆଚରଣ ବିଧି) ଅଧିନିୟମ, ୨୦୨୩ ଅନୁଯାୟୀ କେନ୍ଦ୍ର ସରକାର ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ଅନୁମତି ଦିଅନ୍ତୁ ନାହିଁ ବୋଲି ଦାବି କରାଯାଇଛି।
ନିର୍ବାଚନ କମିଶନର ପଦରୁ ଅରୁଣ ଗୋୟଲଙ୍କ ହଠାତ୍‌ ଇସ୍ତଫା ପରେ କଂଗ୍ରେସ ନେତା ଜୟା ଠାକୁରଙ୍କ ଦ୍ୱାରା ଏହି ଆବେଦନ କରାଯାଇଛି। ବର୍ତ୍ତମାନ ନିର୍ବାଚନ ଆୟୋଗରେ ତିନୋଟି କମିଶନର୍‌ ପଦବୀ ଖାଲି ଅଛି। କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ଆୟୋଗର ଏକମାତ୍ର ସଦସ୍ୟ ଭାବରେ ରହିଛନ୍ତି। ଏହାପୂର୍ବରୁ ଅନୁପ ପାଣ୍ଡେ ଫେବୃଆରୀରେ ନିର୍ବାଚନ କମିଶନର ପଦରୁ ଅବସର ନେଇଥିଲେ।

Share