ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ପ୍ରାର୍ଥୀ କରିଛି। ତେବେ ଶ୍ରୀମତୀ କାନୁନ୍‌ଗୋଙ୍କ ପ୍ରତି ନିଜ ଦଳର ନେତା, କର୍ମୀମାନେ ଅସନ୍ତୁଷ୍ଟ ଥିବାର ଦେଖିବାକୁ ମିଳୁଛି।

ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ବରିଷ୍ଠ ନେତା ତଥା ବିଜୁ ଜନତା ଦଳର ଆଗ ଧାଡ଼ିର ନେତା ସୌରଭ ରଞ୍ଜନ ମହାନ୍ତି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ମହାନ୍ତି ଉତ୍ତର ଓଡ଼ିଶା ଯଥା ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଜୋନ୍‌ର ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଥିଲେ। ମୋରଡ଼ା ବିଧାୟକ ରାଜକିଶୋର ଦାସ ଓ ବିଧାୟିକା ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି ମହାନ୍ତି ଆଜି ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି।

ସୌରଭ ଜଣେ ଦକ୍ଷ ସଂଗଠକ ଥିବା ବେଳେ ତାଙ୍କ ଇସ୍ତଫା ବିଜୁ ଜନତା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେବ ଏବଂ ଶ୍ରୀମତୀ କାନୁନ୍‌ଗୋ ଟିକେଟ ପାଇଲା ପରେ ତାଙ୍କ ପ୍ରତି ବିଦ୍ରୋହର ସୁଅ ଛୁଟିବାରେ ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Share