ସୁନ୍ଦରଗଡ଼ ମେଡିକାଲ କଲେଜରେ ୧୦୦ ସିଟ୍‌ ଲାଗି ଅନୁମୋଦନ

ସୁନ୍ଦରଗଡ଼, ୨୦।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠପଢା ଲାଗି ନ୍ୟାଶନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ ସିଟ୍‌ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢା ପାଇଁ କମିଶନ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଅନୁମତି ଆସିବା ଫଳରେ ସୁନ୍ଦରଗଡ଼ ଜିଲାରେ ଅତ୍ୟାଧୁନିକ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଏହା ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ଲାଗି ରାଜ୍ୟ ସରକାରଙ୍କ ପରିକଳ୍ପନାକୁ ସାକାର କରିବ। ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି ଯେ, ଏହି ମେଡିକାଲ କଲେଜ ଆରମ୍ଭ ହେବା ଫଳରେ ସୁନ୍ଦରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ଏକ ନୂଆ ସୋପାନକୁ ଯାଇପାରିବ। ଏହି ଅତ୍ୟାଧୁନିକ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ନିୟୋଜିତ ଉଚ୍ଚମାନର ମାନବ ସମ୍ବଳ ତଥା ତାଲିମ ଓ ଚିକିତ୍ସା ଲାଗି ନିୟୋଜିତ ଅତ୍ୟାଧୁନିକ ଉପକରଣ ସର୍ବଭାରତୀୟ ସ୍ତରରେ ଛାତ୍ରୀଛାତ୍ରମାନଙ୍କୁ ନିଶ୍ଚୟ ଆକର୍ଷିତ କରିବ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବାକୁ ଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଆବଶ୍ୟକ କ୍ଲାସରୁମ ସହିତ ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଛାତ୍ରୀ ଏବଂ ଛାତ୍ରଙ୍କ ରହିବା ପାଇଁ ଅଲଗାକରି ମୋଟ ୪୮୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କରାଯାଇଛି।
ନ୍ୟାଶନାଲ ମେଡିକାଲ କମିଶନଙ୍କ ଅନୁମତି ମିଳିବା ଫଳରେ ଏବେ ଚଳିତ ବର୍ଷ ଲାଗି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ନାମ ଲେଖା ପାଇଁ ପଥ ପରିଷ୍କାର ହୋଇଯାଇଛି। ବର୍ତ୍ତମାନ ମେଡିକାଲ କଲେଜ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଅନୁମତି ଲାଗି ପଦକ୍ଷେପ ନିଆଯିବ। ଚଳିତ ଶିକ୍ଷାବର୍ଷରେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାମୂଳକ ନିଟ ପରୀକ୍ଷାରୁ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ନାମ ଲେଖାଇବାର ସୁଯୋଗ ପାଇବେ। ମେଡିକାଲ କଲେଜ ସହିତ ସଂଲଗ୍ନ ହସ୍ପିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଯାଏଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ‘ଟ୍ରିଟିଙ୍ଗ ହସ୍ପିଟାଲ’ ଭାବେ ବ୍ୟବହାର କରାଯିବ ବୋଲି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜର ଡିନ୍‌ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ ସୂଚନା ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

OSSSC ପରୀକ୍ଷା ଫଳାଫଳ ଘୋଷଣା: RI, ICDS ସୁପରଭାଇଜର, ARI, ଅମିନ ପ୍ରିଲିମ୍‌ ପରୀକ୍ଷାରେ ସମସ୍ତେ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩ା୪: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ତାରିଖ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ରାଜ୍ୟରେ ୩ ନୂଆ ସିଭିଲ ଜଜ୍‌ କୋର୍ଟ ଗଠିତ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ୩ଟି ନୂଆ ସିଭିଲ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ) ଗଠିତ ହୋଇଛି। ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image