ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ ମଞ୍ଜୁରୀ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ ଆଜି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଅଧୀନ ଜମି ସମ୍ପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ଆଇନରେ ସଂଶୋଧନ ନିଷ୍ପତ୍ତି ହୋଇଛି। ନିୟମ ଅନୁସାରେ ବିକ୍ରି, ଲିଜ୍‌ ପାଇଁ ଅଧିକୃତ ପ୍ରଜାଙ୍କୁ ଅନୁମତି ଦରକାର ହେଉଥିଲା। କିନ୍ତୁ ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ଆଉ ଅନୁମୋଦନ ଦରକାର ନାହିଁ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

 

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ଧାରା ୧୬-୨ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତିକୁ ବିକ୍ରି, ଲିଜ୍‌ କିମ୍ବା ବନ୍ଧା ପକାଇବା ବେଳେ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ପୂର୍ବ ଅନୁମୋଦନ ଦରକାର ପଡୁଥିଲା । କିନ୍ତୁ ଏଣିକି ଅଧ୍ୟାଦେଶ ବଳରେ ସବୁ କ୍ଷେତ୍ରରେ ସରକାରଙ୍କ ଅନୁମୋଦନ ଦରକାର ପଡିବ ନାହିଁ । ଅଧ୍ୟାଦେଶ ଆସିବା ପରେ ସେ ସମ୍ପର୍କିତ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇଛି । ସରକାରଙ୍କ ବିନା ଅନୁମୋଦନରେ କେତେକ ସରକାରୀ ଅଧିକାରୀ, ଯେମିତି ମନ୍ଦିର କାର୍ଯ୍ୟକାରୀ ସଭାପତି, ମୁଖ୍ୟ ପ୍ରଶାସକ, ମନ୍ଦିର ପ୍ରଶାସକ, ଉପପ୍ରଶାସକ ପ୍ରମୁଖଙ୍କୁ ନିର୍ଦ୍ଦିଷ୍ଟ ପରିମିତ ଜମିର ହସ୍ତାନ୍ତରୀକରଣ ପାଇଁ କ୍ଷମତା ପ୍ରଦାନ କରାଯିବ।

 

Share