‘ସ୍ପୁଟ୍‌ନିକ୍‌-ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୧: ଭାରତ କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ପୃଥିବୀର ଅନ୍ୟ ଦେଶ ତୁଳନାରେ ବେଶ୍‌ ଆଗୁଆ ରହିଛି। ଦେଶରେ ସାର୍ବଜନୀକ ଭାବେ କୋଭିଶିଲ୍ଡ୍‌ ଏବଂ କୋଭ୍ୟାକ୍ସିନ୍‌ର ଟିକାକରଣ ଆରମ୍ଭ କରାଯାଇଛି। ଇତିମଧ୍ୟରେ ରୁଷ୍‌ ଦ୍ୱାରା ପ୍ରସ୍ତୁତ କରୋନ ପ୍ରତିଷେଧକ ଟିକା ସ୍ପୁଟନିକ୍‌-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମଞ୍ଜୁରୀ ମିଳିଛି। ତୃତୀୟ ପର୍ଯ୍ୟାୟରେ ୧୫୦୦ ଲୋକଙ୍କଠାରେ ଏହାର ପରୀକ୍ଷା କରାଯିବ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ପୃଥିବୀର ୨୦୦ରୁ ଅଧିକ ଔଷଧ କମ୍ପାନୀ କରୋନା ଟିକା ପ୍ରସ୍ତୁତ କରୁଛନ୍ତି। ସେଥିମଧ୍ୟରୁ ଭାରତର ୩୦ କମ୍ପାନୀ ରହିଛନ୍ତି। ଗୁଜରାଟସ୍ଥିତ ଔଷଧ କମ୍ପାନୀର ଜାୟକୋଭିଡ୍‌ ଟିକାର ପରୀକ୍ଷଣ ମଧ୍ୟ ଜାରି ରହିଛି। ସେହିପରି ଡ. ରେଡ୍ଡିଜ୍‌ ଲାବୋରେଟୋରିଜ୍‌ ପକ୍ଷରୁ କରୋନା ଟିକା ପ୍ରସ୍ତୁତ କରାଯାଉଛି। ଏହା ଦ୍ୱାରା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମଞ୍ଜୁରୀ ଦେବା ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ସଫଳତା ହାରକୁ ଅଧ୍ୟୟନ କରାଯାଉଛି।

Share