Categories: ଜାତୀୟ

ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ସବୁଜ ସଙ୍କେତ: ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରିବେ ରୋଗୀ

ନୂଆଦିଲ୍ଲୀ,୨୩।୪: ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି। ଏପରିସ୍ଥଳେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷକ୍ଷ ମହଜୁଦ ରଖିବା ଚ୍ୟାଲେଞ୍ଜ ପାଲଟିଛି। ଏସବୁ ଭିତରେ ଶୁକ୍ରବାର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଆଉ ଏକ ଔଷଧକୁ ଅନୁମତି ମିଳିଛି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିଜିସିଆଇ) ପକ୍ଷରୁ ଜାଏଡସ୍‌ କାଡିଲାର କରୋନା ଔଷଧ ଭିରାଫିନ୍‌କୁ ବ୍ୟବହାର ପାଇଁ ସବୁଜ ସଙ୍କେତ ମିଳିଛି। ଏହି ଔଷଧ ମଧ୍ୟମ ଧରଣର କରୋନା ଲକ୍ଷଣ ଥିବା ଲୋକଙ୍କୁ ଦିଆଯାଇପାରିବ। ତେବେ କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ ଆକ୍ରାନ୍ତଙ୍କୁ ଔଷଧ ଦିଆଯାଇପାରିବ ବୋଲି ଡିଡିସିଆଇ କହିଛି।

Share