‘ଫେଲୁଦା’କୁ ଅନୁମୋଦନ: କମ୍‌ ଖର୍ଚ୍ଚ, ସ୍ବଳ୍ପ ସମୟରେ କରୋନା ରିପୋର୍ଟ

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ଏଣିକି କମ୍‌ ଖର୍ଚ୍ଚରେ କରୋନା ପରୀକ୍ଷା ହୋଇପାରିବ। ପୁଣି ସ୍ବଳ୍ପ ସମୟରେ ରିପୋର୍ଟ ଜାଣିହେବ। ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍‌ ସିଆର୍‌ଆଇଏସ୍‌ପିଆର୍‌ (କ୍ଲଷ୍ଟରଡ ରେଗୁଲାରୀ ଇଣ୍ଟରସ୍ପେସ୍‌ଡ ଶର୍ଟ ପାଲିନ୍‌ଡ୍ରୋମିକ ରିପିଟ୍‌ସ) ଟେଷ୍ଟ କିଟ୍‌ ‘ଫେଲୁଦା’କୁ ଡ୍ରଗ୍ସ କଣ୍ଟ୍ରୋର ଜେନରୋଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ)ର ଅନୁମୋଦନ ମିଳିଯାଇଛି। ଟାଟା ଗ୍ରୁପ୍‌ ଓ ସିଏସ୍‌ଆଇଆର୍‌ (କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ର୍ରିଆଲ ରିସର୍ଚ୍ଚ) ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ କିଟ୍‌ କମର୍ସିଆଲ ଲଞ୍ଚ୍‌ ପାଇଁ ଅନୁମତି ମିଳିଛି। ଏହା ପାରମ୍ପରିକ ଆର୍‌ଟି-ପିସିଆର୍‌ ଟେଷ୍ଟ ଭଳି ଠିକ୍‌ ଯାଞ୍ଚ କରୁଥିବା ଜଣାପଡ଼ିଛି। ତେବେ ଆର୍‌ଟି-ପିସିଆର୍‌ର ଏକ ତୃତୀୟାଂଶ ଖର୍ଚ୍ଚରେ ଏହି ଟେଷ୍ଟ ହୋଇପାରିବ।

Share