Categories: ଜାତୀୟ

ବିଦେଶୀ ଅନୁଦାନ ସଂଶୋଧନ ବିଲ୍‌କୁ ଅନୁମୋଦନ

ନୂଆଦିଲ୍ଲୀ,୨୪।୯: ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍‌-୨୦୨୦ ରାଜ୍ୟ ସଭାରେ ବୁଧବାର ଗୃହୀତ ହୋଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାରୁ ଏହି ସଂଶୋଧନ ବିଲ୍‌ ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଲ୍‌ ୨୦୧୦ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ୍‌ରେ ସଂଶୋଧନ ଆଣିବ। ଏହି ସଂଶୋଧନ ବିଲ୍‌ ଅନୁସାରେ ବିଦେଶୀ ଅନୁଦାନ ଗ୍ରହଣ କରିବା ପାଇଁ ଅନୁମତି ନେବା, ପଞ୍ଜୀକରଣ କରିବା, ପଞ୍ଜୀକରଣର ନବୀକରଣ କରିବା ପାଇଁ ପ୍ରତ୍ୟେକଙ୍କୁ ଆଧାର ନମ୍ବର ଦେବାକୁ ହେବ। ଏପରି କି ଏହି ବିଲ୍‌ ଅନୁସାରେ ସରକାରୀ କର୍ମକର୍ତ୍ତାମାନେ କୌଣସି ବିଦେଶୀ ଅନୁଦାନ ଗ୍ରହଣ କରିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି। ଏହି ବିଲ ସଂକ୍ରାନ୍ତୀୟ ଆଲୋଚନାରେ ଅଂଶଗ୍ରହଣ କରି ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଦେଶୀ ଅନୁଦାନ ଯେପରି ଦେଶର ସାମାଜିକ, ରାଜନୈତିକ ବାତାବରଣକୁ ପ୍ରଭାବିତ ନ କରେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଏଥିସହ ଏହି ବିଲ୍‌ ବିଦେଶୀ ଅନୁଦାନ ଗ୍ରହଣ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବ ବୋଲି ରାୟ କହିଛନ୍ତି। ଏହି ବିଲ୍‌ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦ କହିଥିଲେ ଯେ, ବିଦେଶୀ ଅନୁଦାନକୁ ଅନ୍ୟ ଦିଗରେ ଖର୍ଚ୍ଚ କରିବା କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି। ଏଥିସହିତ କୌଣସି ପ୍ରକାର ଅନିୟମିତତା ସହ ସମ୍ପୃକ୍ତ ନ ଥିବା ଏନ୍‌ଜିଓଗୁଡ଼ିକୁ ବିଭିନ୍ନ ସଂସ୍ଥା ଦ୍ୱାରା ହଇରାଣ ମଧ୍ୟ କରାଯିବା ଉଚିତ୍‌ ନୁହେଁ। ସେହିପରି ଆଲୋଚନାରେ ଭାଗ ନେଇ ଭାଜପା ଏମ୍‌ପି ଅରୁଣ ସିଂ କହିଥିଲେ ଯେ, ଏହି ବିଲ୍‌ ଏକ ଉତ୍ତମ ପଦକ୍ଷେପ। ଯାହାଦ୍ୱାରା ବିଦେଶରୁ ଆସୁଥିବା ପାଣ୍ଠିର ଉଚିତ ତଦାରଖ କରାଯାଇପାରିବ। ବିଲ୍‌କୁ ସମର୍ଥନ କରି ଜେଡିୟୁ ନେତା ଆର୍‌.ସି.ପି. ସିଂ କହିଥିଲେ ଯେ, ଏ ସଂକ୍ରାନ୍ତ ତଦାରଖ ବ୍ୟବସ୍ଥା ଏହି ଆଇନକୁ ଅଧିକ ମଜଭୁତ କରିବ। ଏଆଇଏଡିଏମକେ ଓ ଟିଡିପିର କେତେକ

Share