୫ ବୃହତ୍‌ ଇସ୍ପାତ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୭ା୭(ବ୍ୟୁରୋ):ରାଜ୍ୟରେ ୫ଟି ବୃହତ୍‌ ଇସ୍ପାତ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏଥିରେ ୧ ଲକ୍ଷ ୪୬ ହଜାର ୧୭୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୫,୯୫୯ ଜଣ ନିଯୁକ୍ତି ପାଇବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକରେ ଉକ୍ତ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି।
ଭୂଷଣ ପାଓ୍ବାର ଓ ଷ୍ଟିଲ୍‌ ପ୍ଲାଣ୍ଟ ଲିମିଟେଡ୍‌ ସମ୍ବଲପୁର ରେଙ୍ଗାଲିଠାରେ ଥିବା ଷ୍ଟିଲ୍‌ ପ୍ଲାଣ୍ଟର ଉତ୍ପାଦନ କ୍ଷମତାକୁ ବାର୍ଷିକ ୫ ନିୟୁତ ମେଟ୍ରିକ ଟନ୍‌(ଏମ୍‌ଏମ୍‌ଟିପିଏ)ରୁ ୧୫ ଏମ୍‌ଏମ୍‌ଟିପିଏକୁ ସମ୍ପ୍ରସାରଣ କରିବ। ସେଥିରେ କମ୍ପାନୀ ପକ୍ଷରୁ ୫୫ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୧୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଯାଜପୁର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ବାର୍ଷିକ ଇସ୍ପାତ ଉତ୍ପାଦନ ୩ ନିୟୁତ ଟନ୍‌ (ଏମ୍‌ଟିପିଏ) ରୁ ୮ ଏମ୍‌ଟିପିଏ କୁ ବୃଦ୍ଧି ହେବ ଏଥିସହିତ ହଟ୍‌ ରୋଲ୍ଡ କଏଲ୍‌ ୭ ଏମ୍‌ଟିପିଏ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ ଏହି ପ୍ରକଳ୍ପରେ ୪୭,୫୯୯ ହଜାର କୋଟି ପୁଞ୍ଜି ବିନିଯୋଗ ହେବ। ଏଥିରେ ୪,୬୨୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଜିନ୍ଦଲ ଷ୍ଟିଲ୍‌ ପକ୍ଷରୁ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ର ଅନୁଗୋଳସ୍ଥିତ ଇସ୍ପାତ ପ୍ରକଳ୍ପର ୧୮.୬ ଏମ୍‌ଟିପିଏକୁ ୨୫.୨ ଏମ୍‌ଟିପିଏକୁ ସମ୍ପ୍ରସାରଣ କରାଯିବ। ଏଥିରେ ୨୪,୬୫୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଏଥିରେ ୧ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଏହାକୁ ମିଶାଇଲେ ଜିନ୍ଦଲ ଷ୍ଟିଲ୍‌ ପ୍ଲାଣ୍ଟର ପୁଞ୍ଜି ବିନିଯୋଗ ୧,୦୦,୬୭୦ କୋଟିରେ ପହଞ୍ଚିବ। ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ ପକ୍ଷରୁ ଇଣ୍ଟିଗ୍ରେଟେଡ ଷ୍ଟିଲ୍‌ ପ୍ଲାଣ୍ଟ ଲିମିଟେଡ୍‌ ସମ୍ପ୍ରସାରଣ ପାଇଁ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ଉକ୍ତ ଷ୍ଟିଲ୍‌ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୨.୮୫ ଏମ୍‌ଏମ୍‌ଟିପିଏରୁ ୭.୫୫ ଏମ୍‌ଏମ୍‌ଟିପିଏକୁ ସମ୍ପ୍ରସାରଣ ହେବ। ଏଥିରେ କମ୍ପାନୀ ପକ୍ଷରୁ ୧୧,୦୦୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ। ଏହି ପ୍ରକଳ୍ପରେ ୬,୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି କମ୍ପାନୀର କେନ୍ଦୁଝର ଜିଲାରେ ଥିବା ଷ୍ଟିଲ୍‌ ପ୍ଲାଣ୍ଟର କ୍ଷମତାକୁ ୦.୫୩ ଏମ୍‌ଏମ୍‌ଟିପିଏରୁ ୩ ଏମ୍‌ଏମ୍‌ଟିପିଏକୁ ବୃଦ୍ଧି କରାଯିବ। ଏଥିରେ ୭,୯୨୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫,୧୩୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ଗତ ଆର୍ଥିକ ବର୍ଷରେ କରୋନା ଜାରି ରହିଥିବାବେଳେ ରାଜ୍ୟ ସରକାରଙ୍କ ଉତ୍ତମ ମାନର ଇଜ୍‌ ଅଫ୍‌ ଡୁଇଂ ଯୋଗୁ ୨ଲକ୍ଷ ୯୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିଥିଲା ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଜାରିଥିବା ସତ୍ତ୍ବେ ବଡ଼ ବଡ଼ ଇସ୍ପାତ କମ୍ପାନୀମାନେ ରାଜ୍ୟ ସରକାରଙ୍କ ଶିଳ୍ପନୀତି ପ୍ରତି ପୁଣି ଆସ୍ଥା ପ୍ରକଟ କରିଛନ୍ତି ଗତବର୍ଷଠାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୪.୪୩ ଲକ୍ଷ କୋଟିର ପୁଞ୍ଜି ନିବେଶ ହୋଇଛି ଏହା ଓଡ଼ିଶାକୁ ଇସ୍ପାତ ହବ୍‌ରେ ପରିଣତ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍‌-୨୦୩୦ ଦିଗରେ ଆଉ ଏକ ପଦକ୍ଷେପ।ଉକ୍ତ ୫ଟି ଇସ୍ପାତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୮ ନିୟୁତ ଟନ୍‌ ଅଧିକ ଇସ୍ପାତ ଉତ୍ପାଦନ ହେବ ଏହା ରାଜ୍ୟର ଇସ୍ପାତ ଉତ୍ପାଦନକୁ ୩୦ରୁ ୫୮ ନିୟୁତ ଟନ୍‌ରେ ପହଞ୍ଚାଇବ। ୨୦୩୦ ସୁଦ୍ଧା ଇସ୍ପାତ ଉତ୍ପାଦନ ୧୦୦ ନିୟୁତ ଟନ୍‌ରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ, ୨୦୦୦ ମସିହାରେ ରାଜ୍ୟର ଇସ୍ପାତ ଉତ୍ପାଦନ ମାତ୍ର ୨ ନିୟତ ଟନ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri