ବରଗଡ଼ କ୍ୟାନସର ହସ୍ପିିଟାଲ ନିର୍ମାଣ ପାଇଁ ମିଳିଲା ଅନୁମୋଦନ

ବରଗଡ଼ ଅଫିସ,୧୬।୪: ବରଗଡ଼ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଶୁକ୍ରବାର ପ୍ରଶାସନିକ ଅନୁମୋଦନ ମିଳିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ରସଂଖ୍ୟା- ୧୧୬୮୮ ତା:୧୬।୪।୨୧ ରିଖରେ ଏହା ଉଲ୍ଲେଖ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ୪୯ ଲକ୍ଷ ୨୧ ହଜାର ଟଙ୍କା ମଞ୍ଜୁର ହୋଇଥିବା ଉକ୍ତ ଅନୁମୋଦନ ପତ୍ରରେ ଦର୍ଶାଯାଇଛି। ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏହି ପତ୍ରକୁ ସଂଲଗ୍ନ କରି ଟୁଇଟର୍‌ ଓ ଫେସବୁକ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି।

Share