ବୋହୂ ତୃପ୍ତିଙ୍କୁ ଧରି ଥାନାରେ ପହଞ୍ଚିଲେ ଅପରାଜିତା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ନେଇ ହାଇଡ୍ରାମା ବେଳକୁ ବେଳ ନୂଆ ମୋଡ଼ ନେଉଛି। ଅଭିନେତାଙ୍କ ସ୍ତ୍ରୀ ତୃପ୍ତିଙ୍କ ବାପାଙ୍କ ବିରୋଧରେ ପ୍ରଥମେ ପ୍ରକୃତିଙ୍କ ବାପାମା’ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବୋହୂ ତୃପ୍ତିଙ୍କ ସହ ଥାନାରେ ପହଞ୍ଚିଛନ୍ତି ଅପରାଜିତା ମହାନ୍ତି। ପ୍ରଥମେ ବୋହୂ ଘରେ ପହଞ୍ଚି ସେ ତାଙ୍କୁ ନେଇ ଖାରବେଳନଗର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ସେଠାରେ ତୃପ୍ତିଙ୍କ ମାଉସୀ ମଧ୍ୟ ରହିଥିବା ଦେଖାଯାଇଛି।

Share