Categories: ବାଣିଜ୍ୟ

ପଣ୍ୟ ପରିବହନରେ ଏପିଏସ୍‌ଇଜେଡ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୯।୪: ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶିଆଲ ଇକୋନମିକ୍‌ ଜୋନ ବା ଏପିଏସ୍‌ଇଜେଡ୍‌ ପଣ୍ୟ ପରିବହନରେ ଉଲ୍ଲେଖନୀୟ ସଫଳତା ହାସଲ ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ବିଶ୍ୱବ୍ୟାପୀ ୪୨୦ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିବା ବେଳେ ଘରୋଇ କ୍ଷେତ୍ରରେ ୪୦୮ ନିୟୁତ ଟନ୍‌ (ଦେଶ ଭିତରେ ଥିବା ବନ୍ଦରଗୁଡ଼ିକର ସେଥିପ୍ରତି ଅବଦାନ ୪୦୮ନିୟୁତ ଟନ୍‌) ପଣ୍ୟ ପରିବହନର ଭାଗୀଦାରି ରହିଛି। ସେହିଭଳି ୨୦୨୪ ମାର୍ଚ୍ଚରେ କମ୍ପାନୀ ସର୍ବୋଚ୍ଚ ମାସିକ ୩୮ ନିୟୁତ ଟନ୍‌ରୁ ଅଧିକ ପଣ୍ୟ ପରିବହନ କରିଛି, ଏପରିକି ଘରୋଇ ଅଞ୍ଚଳ (ଭାରତ)ରେ କମ୍ପାନୀର ୧୦ଟି ବନ୍ଦର ମଧ୍ୟରୁ ଧାମରା ୪୩ ନିୟୁତ ଟନ୍‌ ପଣ୍ୟ ପରିବହନ କରିଛି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଏକ ଚତୁର୍ଥାଂଶରୁ ଅଧିକ ପଣ୍ୟ ଏପିଏସଇଜେଡ୍‌ ବନ୍ଦରଗୁଡ଼ିକ ଜରିଆରେ ପରିବହନ ହୋଇଛି। ଭାରତର ଅଭିବୃଦ୍ଧି କାହାଣୀକୁ ଆଗକୁ ବଢ଼ାଇବାରେ ଏପିଏସଇଜେଡ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହା ଦର୍ଶାଉଛି।
ଏ ସମ୍ପର୍କରେ ଏପିଏସ୍‌ଇଜେଡ୍‌ର ପରିଚାଳନା ନିର୍ଦେଶକ କରଣ ଆଦାନି କହିଛନ୍ତି, ପ୍ରଥମ ବର୍ଷିକ ୧୦୦ ଏମ୍‌ଏମ୍‌ଟି ପଣ୍ୟ ପରିବହନ ଲକ୍ଷ୍ୟ ହାସଲ କରିବା ପାଇଁ କମ୍ପାନୀକୁ ୧୪ ବର୍ଷ ଲାଗିଥିବା ବେଳେ ୨ୟ ଓ ୩ୟ ୧୦୦ ଏମଏମଟି ପଣ୍ୟ ପରିବହନ ଯଥାକ୍ରମେ ୫ ବର୍ଷ ଓ ୩ ବର୍ଷ ମଧ୍ୟରେ ହାସଲ ହୋଇଛି। ଏପରିକି ୨ବର୍ଷରୁ କମ୍‌ ସମୟ ମଧ୍ୟରେ ସଦ୍ୟତମ ୧୦୦ଏମଏମଟି ମାଇଲଖୁଣ୍ଟ ହାସଲ କରାଯାଇଛି। ବିଶେଷ କରି ସଂସ୍ଥାର ପରିଚାଳନା ଦକ୍ଷତା ବୃଦ୍ଧି ଏବଂ ଶିଳ୍ପରେ ଏକ ପ୍ରମୁଖ ବନ୍ଦର ପରିଚାଳକ ଭାବେ ଆମର ସ୍ଥିତି ବଜାୟ ରଖିବା ଦିଗରେ ଆମର ଜାରି ରହିଥିବା ପ୍ରତିବଦ୍ଧତା ଏବଂ ପ୍ରୟାସର ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share