Categories: ବାଣିଜ୍ୟ

ଏପିଏସ୍‌ଇଜେଡ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୦।୮: ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌) ଲିମିଟେଡ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏପିଏସ୍‌ଇଜେଡ୍‌ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ଘୋଷଣା କରାଯାଇଛି। ବିଶେଷକରି ଉଚ୍ଚ ଆୟ ଯୋଗୁ ଚଳତି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରଲିରୁ ଜୁନ୍‌)ରେ କମ୍ପାନୀର ସାମଗ୍ରିକ ଲାଭରେ ନେଟ୍‌ ୮୦%ରୁ ଅଧିକ ଅଭିବୃଦ୍ଧି ଘଟିଛି। ଫଳରେ କମ୍ପାନୀର ଲାଭ ପରବର୍ତ୍ତୀ ଟିକସ (ପିଏଟି)ର ପରିମାଣ ୨,୧୧୯ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ନେଟ୍‌ ଲାଭ ୧,୧୭୭ କୋଟି ଟଙ୍କା ଥିଲା। ଏ ସମ୍ପର୍କରେ ଏପିଏସ୍‌ଇଜେଡ୍‌ର ସିଇଓ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ କରନ ଆଦାନୀ କହିଛନ୍ତି, ଚଳତି ଆଥିର୍କ ବଷର୍ର ପ୍ରଥମ ତ୍ରୈମାସିକରେ କମ୍ପାନୀ ଏଯାବତ ମଜଭୁତ କାର୍ଗୋ ପରିଚାଳନାଗତ ପ୍ରଦର୍ଶନ ସହ ସର୍ବାଧିକ ତ୍ରୈମାସକି କାର୍ଗୋ ପରିଚାଳନା କରିଛି। ଅପରପକ୍ଷରେ ରାଜସ୍ବ ଆୟ ଏବଂ ଇବିଆଇଟିଡିଏ କ୍ଷେତ୍ରରେ ମଧ୍ୟ କମ୍ପାନୀ ଉତ୍ତମ ପ୍ରଦର୍ଶନ ସହ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖିଛି। ଏପରିକି କମ୍ପାନୀ ଘରୋଇ ବଜାର ଅଂଶରେ ପ୍ରାୟ ୨୦୦ ବେସସି ପଏଣ୍ଟ ବୃଦ୍ଧି ଘଟିଥିବା ଜଣାପଡିଛି।

Share