ଆପଟେକ୍‌ ଏମଡି ଅନିଲ ପନ୍ତଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୬।୮: କମ୍ପ୍ୟୁଟର କମ୍ପାନୀ ଆପ୍‌ଟେକ୍‌ର ଏମଡି ଓ ସିଇଓ ଅନିଲ ପନ୍ତଙ୍କ ପରଲୋକ। ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନୀ ଏନେଇ ସୂଚନା ଦେଇଛି। ଆପଟେକ୍‌ ନିଜର ବିବୃତ୍ତି ଜାରି କରି କହିଛି, ଡ.ପନ୍ତଙ୍କ ଅବଦାନକୁ କମ୍ପାନୀ ସବୁବେଳେ ମନେ ରଖିବ। କମ୍ପାନୀର ସମସ୍ତ ନିର୍ଦ୍ଦେଶକ ଏବଂ କର୍ମଚାରୀ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ପନ୍ତ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ ଅନିର୍ଦ୍ଦିିଷ୍ଟ କାଳ ଯାଏଁ ଛୁଟି ନେଇଥିଲେ। ଛୁଟି ନେବାର ମାସେ ପରେ ପନ୍ତଙ୍କ ଦେହାନ୍ତ ହୋଇଛି। କମ୍ପାନୀ ସେହି ସମୟରେ କମ୍ପାନୀ ଷ୍ଟକ ମାର୍କେଟକୁ ସୂଚନା ଦେଇଥିଲା ଯେ, ସ୍ବାସ୍ଥ୍ୟବସ୍ଥା ବିଗିଡିବା ହେତୁ ଚଳିତ ବର୍ଷ ଜୁନ ୧୯ରେ ପନ୍ତ ଅନିର୍ଦ୍ଦିିଷ୍ଟ କାଳ ପାଇଁ ଛୁଟି ନେଇଥିଲେ।

Share