
ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ସ୍ରୋତସିନୀ ସାହିତ୍ୟ ସଂସଦର ଦିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଶଙ୍କର ଭବନ (ବ୍ରହ୍ମପୁର)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ନବରସ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା ସଭା ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବିଶିଷ୍ଟ ନାଟ୍ୟକାର ଲେଖକ ଜାମିନ କାନ୍ତ ଦାଶ, ବିଶିଷ୍ଟ କବି ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସୁଶାନ୍ତ ଦାଶ, ମୁଖ୍ୟ ବକ୍ତା ସୁରେଶ ଚନ୍ଦ୍ର ପଣ୍ଡା, ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ତ୍ରିପାଠୀ, ସଂଗଠିକା ଦୀପ୍ତିମିତା ମହାପାତ୍ର ଏବଂ ଅନୁଷ୍ଠାନର ସମ୍ପାଦିକା ସୁଜାତା ଶତପଥୀ ଦ୍ୱାରା ଯୁବକବି ସୁନୀଲ କୁମାର ପ୍ରଧାନଙ୍କୁ ‘ସ୍ରୋତସିନୀ ଯୁବ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ସୁନୀଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସମ୍ମାନ ଯେତିକି ଆନନ୍ଦ ଦେଇ ନ ଥାଏ ତାହାଠାରୁ ଅଧିକା ଦାୟିତ୍ୱ ବଢାଇ ଥାଏ। ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ନିଫଟ ମଫସଲ ଗାଁର ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ସୁନିଲ ପିଲାଟି ଦିନରୁ କଳା ସାହିତ୍ୟ କ୍ଷେତ୍ରରେ ବେଶ ସୁନାନ କରିବା ସହ ବହୁ ସଂମାନର ଅଧିକାରୀ ହୋଇପାରିଛନ୍ତି l ନିଜ ଜିଲା ଓ ଗ୍ରାମ ତଥା ଗଞ୍ଜାମ ପାଇଁ ଗର୍ବ ଆଉ ଗୌରବ ଆଣି ପାରିଛନ୍ତି l ଏହି ‘ଯୁବ ସାହିତ୍ୟ ସମ୍ମାନ’ ପାଇଁ ଅନୁଷ୍ଠାନ ସମ୍ପାଦିକା ସୁଜାତା ଶତପଥୀ, ସଭାପତି ଓ ଉପଦେଷ୍ଟା ଏବଂ ସମ୍ପାଦନା ମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।