ଶମିତାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରାକେଶ

ବିଗ ବସ ଓଟିଟିର ଖ୍ୟାତି ଅର୍ଜନ କରିଥିବା ତଥା ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟୀ ଓ ଅଭିନେତା ରାକେଶ ବାପତ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଶୋ’ରୁ ବାହାରିବା ପରେ ଦୁହିଁଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳିଥିଲା । ନିକଟରେ ସେମାନଙ୍କ ସମ୍ପର୍କକୁ ନେଇ ଗୁଜବ ଉଠିଲା କି ଦୁହେଁ ଅଲଗା ହୋଇଯାଇଛନ୍ତି । ହେଲେ ଏହି ଚର୍ଚ୍ଚାକୁ ନେଇ ଶମିତା ଖଣ୍ଡନ କରିଥିଲେ।
ହେଲେ ପୁଣି ଥରେ ରାକେଶ ଖୋଲାଖୋଲି ଭାବରେ ସମସ୍ତଙ୍କ ସାମ୍ନାରେ ଏଭଳି କିଛି କହିଛନ୍ତି ଯାହା ଭାଇରାଲ ହେଉଛି । ନିକଟରେ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରାକେଶ ଶମିତାଙ୍କୁ ତାଙ୍କର ଜଣେ ପ୍ରିୟ ବନ୍ଧୁ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଦୁହେଁ ଏକାଠି ବହୁତ ଖୁସି ଅଛନ୍ତି।
ସେ ଆହୁରି କହିଛନ୍ତି, ଆମେ ବର୍ତ୍ତମାନ ଖୁସି ଜୋନରେ ଅଛୁ, ସେ ମୋର ଜଣେ ଭଲ ବନ୍ଧୁ, ବନ୍ଧୁତା ଏତେ ଶକ୍ତିଶାଳୀ ହେବା ଉଚିତ ଯେ, ତାଙ୍କୁ କିଛି ପ୍ରଭାବିତ କରିପାରିବ ନାହିଁ । ଶମିତା ଜଣେ ଶାନ୍ତ ଆଉ ଭଲ ମଣିଷ ବି । ଯେଉଁମାନେ ସଚ୍ଚୋଟ ଅଟନ୍ତି ସେମାନଙ୍କ ପାଇଁ ମୋର ବହୁତ ସମ୍ମାନ ଅଛି। ମୁଁ ଏହାକୁ ବର୍ତ୍ତମାନ ଏକ ସମ୍ପର୍କ ବୋଲି କହିବି ନାହିଁ । ଏହା ଏପରି ଏକ ବିଷୟ ଯାହାକି ଦୁଇ ଜଣ ପରସ୍ପରର ଯତ୍ନ ନେବା ସହିତ ପରସ୍ପର ସହିତ ଭଲ ସମୟ ଉପଭୋଗ କରୁଛୁ । ସେ ଜଣେ ମହିଳା ଏବଂ ମୁଁ ତାଙ୍କୁ ବହୁତ ସମ୍ମାନ କରେ ।

Share