Categories: ଜାତୀୟ

ବାରଣ ସତ୍ୱେ ବି ଫୁଟିଲା ବାଣ, ବଢିଲା ପରିବେଶ ପ୍ରଦୂଷଣ

ନୂଆଦିଲ୍ଲୀ,୫ ।୧୧: ଦୀପାବଳିରେ ବାଣ ଫୁଟିବ ନାହିଁ । ଯଦି ଫୁଟିବ ତେବେ ତାହା ସବୁଜ ବାଣ ହୋଇଥିବା ଦରକାର । ଏଭଳି ନିୟମ ଲାଗୁ କରାଯିବା ପରେ ବି ରାଜଧାନୀ ଦିଲ୍ଲୀରେ ଦୀପାବଳିର ବିଳମ୍ବିତ ରାତିରେ ଏଭଳି ବାଣ ଫୁଟିଲା ଯେ ଲାଗିଲା ଯେମିତି ଏହା ଉପରେ କୌଣସି କଟକଣା ଲାଗୁ କରାଯାଇ ନ ଥିଲା । ଲୋକ ସବୁ ନିୟମ ଭାଙ୍ଗି ବାଣ ଫୁଟାଇ ମଜା ନେଲେ ସତ ହେଲେ ପରଦିନ ସକାଳୁ ରାଜଧାନୀ ଧୂଆରେ ଏକ ଧଳା ଚାଦର ଘୋଡାଇ ହେବା ଭଳି ମନେ ହେଉଥିଲା । କେବଳ ସେତିକି ନୁହେଁ ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ମଧ୍ୟ ଅତି ଗୁରୁତର ଶ୍ରେଶୀକୁ ଚାଲି ଯିବାକୁ ବେଶୀ ସମୟ ଲାଗିଲା ନାହିଁ । ଶୁକ୍ରବାର ସକାଳେ ଅକ୍ଷରଧାମର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୫୨ରେ ପହଞ୍ଚିଥିବା ବେଳେ ଏହା ସିଭୟର କାଟାଗୋରୀରେ ଆସୁଛି । ସକାଳୁ ସକାଳୁ ଧୂଆ ଏଭଳି ଥିଲା ଯେ ଗାଡି ଚଲାଇବା ବେଳେ ହେଡ ଲାଇଟ ଜଳାଇବାକୁ ପଡିଛି ।
ଏପଟେ ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ସ୍ତର ବି ଅତି ଗୁରୁତର ଅବସ୍ଥାକୁ ଚାଲି ଯାଇଛି । ଏଠାରେ ଲୋକଙ୍କ ଆଖି ଓ ଛାତି ପୋଡିବା ସହ ନୋଏଡାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୦୦ ଅତିକ୍ରମ କରି ଗଲାଣି ।

Share