Categories: ବାଣିଜ୍ୟ

ଆର୍‌ଇ ୧୦୦ରେ ନେକ୍ସଟ୍ରା ସାମିଲ

ଭୁବନେଶ୍ୱର,୨୭।୬ ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତୀ ଏୟାରଟେଲର ସହାୟକ କମ୍ପାନୀ ‘ନେକ୍ସଟ୍ରା’କୁ ନିକଟରେ ଆଉ ଏକ ନୂତନ ସ୍ବୀକୃତି ଓ ମାନ୍ୟତା ଦିଆଯାଇଛି। ଏପରିକି କମ୍ପାନୀ ରିନୁଏବଲ ଏନର୍ଜି ବା ଆର୍‌ଇ୧୦୦ପଦକ୍ଷେପରେ ସାମିଲ ହୋଇଥିଲାବେଳେ ଭାରତର ଏକମାତ୍ର ଡାଟା ସେଣ୍ଟର କମ୍ପାନୀ ଭାବେ ‘ଆରଇ୧୦୦’ରେ ସାମିଲ ହୋଇଛି ଏବଂ ଏହି ମାଇଲଖୁଣ୍ଟ ହାସଲ କରିବାରେ ‘ନେକ୍ସଟ୍ରା’ ୧୪ତମ ଭାରତୀୟ କମ୍ପାନୀର ମାନ୍ୟତା ପାଇଛି।

ସେହିଭଳି କମ୍ପାନୀ ତା’ର ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରରେ ଯଥେଷ୍ଟ ବୃଦ୍ଧି କରିଛି ଏବଂ ବର୍ତ୍ତମାନ ସୁଦ୍ଧା ୪,୨୨,୦୦୦ମେଗାୱାଟ୍‌ ଅକ୍ଷୟ ଶକ୍ତି ପାଇଁ ଚୁକ୍ତି କରିଛି। ଏପରିକି ୨୦୨୩-୨୪ ଆର୍ଥତ୍କ ବର୍ଷରେ ନେକ୍ସଟ୍ରା ଶକ୍ତି କ୍ରୟ ଚୁକ୍ତି ପିପିଏ (ପିପିଏ) ଏବଂ କ୍ୟାପ୍ଟିଭ୍‌ ରୁଫ୍‌ଟପ୍‌ ପ୍ୟାନେଲ ମାଧ୍ୟମରେ ଅକ୍ଷୟ ଶକ୍ତି ଉତ୍ପାଦନ କରି ୧,୫୬,୫୯୫ ଟିସିଓ୨ର ନିର୍ଗମନ କମ୍‌ କରିଛି।

ଉଲ୍ଲେଖଯୋଗ୍ୟ, ଭାରତର ଅନ୍ୟତମ ଅଗ୍ରଣୀ ଡାଟା ସେଣ୍ଟର ‘ନେକ୍ସଟ୍ରା’ ଏୟାରଟେଲ ଦ୍ୱାରା ସିଡିପି ସହ ଭାଗୀଦାରିରେ କ୍ଲାଇମେଟ୍‌ ଗ୍ରୁପ୍‌ ନେତୃତ୍ୱରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ପଦକ୍ଷେପ ‘ଆର୍‌ଇ୧୦୦’ରେ ସାମିଲ ହୋଇ ୧୦୦% ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି।

ଏ ସମ୍ପର୍କରେ ଏୟାରଟେଲର ସିଇଓ ଆଶିଷ ଆରୋରା କହିଛନ୍ତି, ଆମେ ପରିବେଶ ପାଇଁ ଏକ ଦାୟିତ୍ୱବାନ ବ୍ରାଣ୍ଡ୍‌ ଏବଂ ସ୍ବଚ୍ଛ ଶକ୍ତି ବିକଳ୍ପକୁ ଅଧିକରୁ ଅଧିକ ଗ୍ରହଣ କରୁଛୁ। ଏପରିକି ଆମେ ୨୦୩୧ର ଆମର ନେଟ-ଶୂନ୍ୟ ଲକ୍ଷ୍ୟ ହାସଲ ଦିଗ ସହ ଏକ ସଠିକ୍‌ ମାର୍ଗରେ ଅଗ୍ରସର ହୋଇଛୁ ଏବଂ ୧୦୦% ଅକ୍ଷୟ ବିଜୁଳି ପ୍ରତି ପ୍ରତିବଦ୍ଧତା ସହିତ ଆରଇ ୧୦୦ ପଦକ୍ଷେପର ଅଂଶ ବିଶେଷ ହୋଇ ଖୁସି ଅଛୁ।

ସେହିପରି ସିଷ୍ଟମ ଚେଞ୍ଜ ଇଣ୍ଡିଆର ନିର୍ଦ୍ଦେଶକ ଅତୁଲ ମୁଦଲିୟାର କହିଛନ୍ତି, ଅତ୍ୟଧିକ ଶକ୍ତି ସମ୍ପନ୍ନ ହୋଇଥିଲେ ମଧ୍ୟ ଡାଟା ସେଣ୍ଟରଗୁଡ଼ିକୁ ଏହାର ନିର୍ଗମନ ପାଇଁ ଅଣଦେଖା କରାଯାଏ। ନେକ୍ସଟ୍ରା ସେମାନଙ୍କ ଅଙ୍ଗାରକାମ୍ଳର ମାତ୍ରାକୁ ହ୍ରାସ କରିବା ପାଇଁ ସର୍ବୋତ୍ତମ ପଦ୍ଧତିକୁ ଆପଣାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଦେଖିବା ପ୍ରେରଣାଦାୟୀ। ସ୍ବଚ୍ଛ ଭବିଷ୍ୟତ ଯାତ୍ରାକୁ ତ୍ୱରାନ୍ବିତ କରିବା ପାଇଁ ଡାଟା ସେଣ୍ଟର କମ୍ପାନୀଗୁଡିକର କାର୍ଯ୍ୟ ପାଇଁ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ପାଇଁ ନେକ୍ସଟ୍ରାର ପଦକ୍ଷେପ ଏକ ଉପଯୁକ୍ତ ଉଦାହରଣ ହେବ। ଏୟାରଟେଲର ନେକ୍ସଟ୍ରାକୁ ଆରଇ୧୦୦କୁ ସ୍ବାଗତକରି ଆମେ ବେଶ୍‌ ଉତ୍ସାହିତ ଅଛୁ।

Share