Advertisement

ମୋହିନୀ ଦେ କିଏ? ଯାହାଙ୍କ ପାଇଁ ହେଲା ଆର୍‌ ରେହମାନଙ୍କ ଛାଡପତ୍ର! ଓକିଲ କଲେ ବଡ଼ ଖୁଲାସା

ମୁମ୍ବାଇ: ଭେଟେରାନ ମ୍ୟୁଜିକ କମ୍ପୋଜର ଏ.ଆର୍‌ ରେହମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହର ୨୯ ବର୍ଷ ପରେ ସେ ତାଙ୍କ ପତ୍ନୀ ସାଇରା ବାନୁଙ୍କ ସହ ଛାଡପତ୍ର ହୋଇଛି। ଏନେଇ ସେ ନିଜେ ଏ ବିଷୟରେ ସୂଚନା ଦେଇଥିଲେ। ଆର୍‌ ରେହମାନଙ୍କ ଛାଡପତ୍ର ଘୋଷଣାର କିଛି ଘଣ୍ଟା ପରେ ତାଙ୍କ ବ୍ୟାଣ୍ଡର ବାସିଷ୍ଟ ମୋହିନୀ ଦେ ମଧ୍ୟ ତାଙ୍କ ସ୍ବାମୀଙ୍କଠୁ ଅଲଗା ହେବାକୁ ଘୋଷଣା କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ସେମାନଙ୍କ ମଧ୍ୟରେ ସଂଯୋଗ ଥିବା ନେଇ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏ.ଆର ରେହମାନ ଏବଂ ସାଇରା ବାନୁଙ୍କ ଓକିଲ ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଓକିଲ ସ୍ପଷ୍ଟ କରିଛନ୍ତି ଯେ ରେହମାନ ଏବଂ ସାଇରା ବାନୁଙ୍କ ଛାଡପତ୍ର ସହିତ ମୋହିନୀ ଦେଙ୍କର କୌଣସି ସମ୍ପର୍କ ନାହିଁ। ସାଇରା ଏବଂ ଆର୍‌ ରେହମାନ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel