ଆଖିବୁଜିଲେ ଏ.ଆର ରେହମାନଙ୍କ ମା’

ବଲିଉଡର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର ରେହମାନଙ୍କ ମା’ କରିମା ବେଗମଙ୍କର ସୋମବାର ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ମା’ଙ୍କ ମୃତ୍ୟୁ ପରେ ରେହମାନ ନିଜ ଟୁଇଟର୍‌ରେ ମା’ଙ୍କ ଫଟୋ ଶେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରେହହମାନ ସବୁବେଳେ ମା’ଙ୍କ ନିକଟତର ଥିଲେ ଏବଂ କେବଳ ତାଙ୍କ ପରାମର୍ଶରେ ସେ ସଙ୍ଗୀତ ଜଗତକୁ ଆସିଥିଲେ। ଏହି କାରଣରୁ, ସେ ତାଙ୍କ ଷ୍ଟେଜ ଶୋ’ ସମୟରେ ତାଙ୍କ ମା’ଙ୍କୁ ମନେ ପକାଉଥିଲେ। ଏଆର୍‌ ରେହମାନଙ୍କୁ ୯ ବର୍ଷ ହୋଇଥିବାବେଳେ ତାଙ୍କ ପିତା ଆର.କେ ଶେଖରଙ୍କୁ ହରାଇଥିଲେ। ରେହମାନ ଏକ ହିନ୍ଦୁ ପରିବାରରେ ଜନ୍ମ ହୋଇଥିଲେ। ରେହମାନଙ୍କ ପିଲାଦିନ ନାମ ଦିଲୀପ କୁମାରଙ୍କ ଥିଲା। ୨୩ ବର୍ଷ ବୟସରେ ରେହମାନଙ୍କ ଭଉଣୀର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା, ସେତେବେଳେ ତାଙ୍କ ପରିବାର ପ୍ରାର୍ଥନା କରିବା ପାଇଁ ଇସଲାମ ମନ୍ଦିରରେ ପହଞ୍ଚିଥିଲେ, ଏହା ପରେ ତାଙ୍କ ଭଉଣୀର ସ୍ବାସ୍ଥ୍ୟ ଭଲ ହୋଇଗଲା। ପରେ ରେହମାନଙ୍କ ପରିବାର ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କଲେ।

Share