କରୋନା ସମୟରେ ଫଟୋ ନେବେ କହି ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଲେ ପ୍ରଶଂସକ, ପରେ କଲେ ଏମିତି; ତାତିଲେ ଅଭିନେତ୍ରୀ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରନ୍ତି। କରୋନା ଲାଗି ହୋଇଥିବା ଲକ୍‌ଡାଉନ୍‌ ସମସ୍ତଙ୍କୁ ଘରେ ରହିିବାକୁ ବାଧ୍ୟ କରିଛି। ଏହି କାରଣରୁ ଅଧିକାଂଶ ଷ୍ଟାର ଘରେ ସମୟ ବିତାଉଛନ୍ତି। କୌଣସି କାରଣରୁ କେତେକ ଘର ବାହାରେ ମଧ୍ୟ ନଜର ଆସୁଛନ୍ତି। ନିକଟରେ ସାରା ମଧ୍ୟ ବିମାନବନ୍ଦରରେ ନଜର ଆସିଥିଲେ। ଏହି ସମୟରେ ସାରାଙ୍କ ସହ ଏପରି ଏକ ଘଟଣା ଘଟିଥିଲା ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସାରା ବିମାନବନ୍ଦରରେ ମାସ୍କ ପିନ୍ଧିଥିଲେ। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କ ନିକଟକୁ ଆସିଥିଲେ। ବ୍ୟକ୍ତି ଜଣକ କହିଥିଲେ ଯେ, ସେ ସାରାଙ୍କ ସହ ଫଟୋ ଉଠାଇବାକୁୁ ଚାହୁଁଛି, ମାତ୍ର ସେ ସାରାଙ୍କ ପାଖକୁ ଯିବା ମାତ୍ରେ ନିଜର ମାସ୍କ କାଢ଼ି ଦେଉଛନ୍ତି।
କରୋନା ସମୟରେ ମାସ୍କ କାଢ଼ିବାରୁ ସାରା ରାଗିଗଲେ। ପ୍ରଶଂସକଙ୍କୁ ପଚାରିଲେ, ଆପଣ କ’ଣ କରୁଛନ୍ତି? ଏହା ପରେ ସେ ହାତ ଯୋଡି ପ୍ରଶଂସକଙ୍କୁ କହିଲେ, ‘ଏହା କର ନାହିଁ’। ଏହା ପରେ ସାରା ନିଜ କାରରେ ବସି ପାପାରାଜୀଙ୍କୁ ଧନ୍ୟବାଦ କହିଥିଲେ।

Share