ବାଇଡେନଙ୍କ ସହ ଆରବ ନେତାଙ୍କ ଶିଖର ସମ୍ମିଳନୀ ରଦ୍ଦ, ଗାଜାର ହସ୍ପିଟାଲ ଉପରେ ଆକ୍ରମଣ ପରେ ଉତ୍ତେଜନା

ଓ୍ବାଶିଂଟନ,୧୮।୧୦: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜାର ଏକ ଡାକ୍ତରଖାନା ଉପରେ ଆକ୍ରମଣ ପରେ ମଧ୍ୟ ପୂର୍ବରେ ଉତ୍ତେଜନା ଆହୁରି ବଢିବାରେ ଲାଗିଛି। ଏହି ଆକ୍ରମଣ କାରଣରୁ ଇସ୍ରାଏଲ ନିଜକୁ ରକ୍ଷା କରିବା ଅଧିକାରର ସମର୍ଥନ ଯୋଗାଡ ପାଇଁ ଆମେରିକାର କୂଟନନୈତିକ ପ୍ରୟାସକୁ ବିଫଳ କରିଛି। ଜୋର୍ଡାନର ଅମ୍ମାନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସହ ଆରବ ନେତାଙ୍କ ଶିଖର ସମ୍ମିଳନୀକୁ ରଦ୍ଦ କରିଦିଆଯାଇଛି। ଇସ୍ରାଏଲ ପ୍ରତି ସମର୍ଥନ ଏବଂ ଏକତା ପ୍ରକାଶ କରିବାକୁ ବାଇଡେନ ଆଜି ତେଲ ଅବିବରେ ପହଞ୍ଚିଛନ୍ତି।

ଗାଜାର ଅଲ-ଅହଲି ଆରବ ଡାକ୍ତରଖାନା ଉପରେ ଭୟଙ୍କର ଆକ୍ରମଣ ପରେ ଶହ ଶହ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ଏହି ଆକ୍ରମଣ ପାଇଁ ହମାସ ଏବଂ ଇସ୍ରାଏଲ ପରସ୍ପରକୁ ଦାୟୀ କରିଛନ୍ତି। ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ବହରିନ, ଇଜିପ୍ଟ, ଜୋର୍ଡାନ ଏବଂ ତୁର୍କୀ ମଧ୍ୟ ଗାଜା ସହରର ଅଲ-ଅହଲି ଆରବ ଡାକ୍ତରଖାନା ଉପରେ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ କରିଛନ୍ତି। ତେବେ ଏହି ଆକ୍ରମଣ ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସର ବର୍ବର ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି।

Share