ହଲିଉଡ୍‌ ଅଭିନେତ୍ରୀଙ୍କ ପୁଅ ସହ ଭିଡିଓ କଲ୍‌ରେ ଆରାଧ୍ୟା

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ଗୋଟିଏ ଦିନ ପୂର୍ବରୁ କାନ୍ସର ରେଡ୍‌ କାର୍ପେଟରେ ବୁଲୁଥିବାର ନଜର ଆସିଥିଲେ। ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଆମେରିକାର ଅଭିନେତ୍ରୀ ତଥା ମଡେଲ ଇଭା ଲଙ୍ଗୋରିଆଙ୍କ ସହ କଥା ହେଉଥିବା ନଜର ଆସିଛନ୍ତି। ଏହା ସହିତ ଉଭୟଙ୍କ ମଧ୍ୟରେ ଏକ ବଡ଼ ବନ୍ଧନ ଥିବା ଦେଖିବାକୁ ମିଳିଛି।

ଝିଅ ଆରାଧ୍ୟା ମଧ୍ୟ ଐଶ୍ୱର୍ଯ୍ୟାଙ୍କ ସହ କାନ୍ସ ଉତ୍ସବରେ ଯୋଗ ଦେଇଥିଲେ। ଏଥି ସହିତ ଇଭା ଗତ କିଛି ବର୍ଷ ଧରି କାନ୍ସ ଫିଲ୍ମ ପେଷ୍ଟିଭାଲରେ ଅଂଶଗ୍ରହଣ କରିଆସୁଛନ୍ତି। ତେଣୁ ସେ ଐଶ୍ୱର୍ଯ୍ୟାଙ୍କର ଜଣେ ପୁରୁଣା ବନ୍ଧୁ ଏବଂ ସହକର୍ମୀ ପାଲଟି ଯାଇଛନ୍ତି।

 

ଏହି ଭିଡିଓଟି ଐଶ୍ୱର୍ଯ୍ୟାଙ୍କ ଫ୍ୟାନ୍ସଙ୍କ ପେଜ୍‌ରୁ ଶେୟାର କରାଯାଇଛି। ଏଥିରେ ଆରାଧ୍ୟାଙ୍କ ସହ ଇଭା କଥା ହେଉଛନ୍ତି। ଇଭାଙ୍କ ଆଖି ଆରାଧ୍ୟାଙ୍କ ଉପରେ ପଡ଼ିବା ମାତ୍ରେ ସେ ବହୁତ ଉତ୍ସାହିତ ହୋଇ ତାଙ୍କୁ କୋଳେଇ ନେଉଛନ୍ତି। ଆରାଧ୍ୟା ମଧ୍ୟ ତାଙ୍କୁ ବଡ଼ ଷ୍ଟାର୍‌ ଭଳି ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି।

ଅନ୍ୟ ଏକ ଭିଡିଓରେ ଇଭା ତାଙ୍କ ପୁଅ ସହିତ ଏକ ଭିଡିଓ କଲ୍‌ କରୁଥିବା ଦେଖିବାକୁ ମିଳିଛି। ଆରାଧ୍ୟା ନିଜକୁ ଇଭାଙ୍କ ପିଲାମାନଙ୍କ ସହିତ ପରିଚିତ କରିଥିବାବେଳେ ଐଶ୍ୱର୍ଯ୍ୟା ତାଙ୍କ ପୁଅକୁ ‘ହାଣ୍ଡ୍‌ସମ୍‌’ ବୋଲି କହିଥିଲେ। ଭିଡିଓରେ ଅଭିଷେକ ମଧ୍ୟ ନଜର ଆସିଥିଲେ।

Share