୧୨ ବର୍ଷରେ ପହଞ୍ଚିଲେ ଆରାଧ୍ୟା, ମା’ ଐଶ୍ୱର୍ଯ୍ୟା- ବାପା ଅଭିଷେକ ଲେଖିଲେ ଏମିତି ମେସେଜ…

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟାଙ୍କୁ ୧୨ ବର୍ଷ ବୟସ ହୋଇଛି। ତେଣୁ କେବଳ ପ୍ରଶଂସକ ନୁହନ୍ତି ତାଙ୍କ ପରିବାର ମଧ୍ୟ ତାଙ୍କୁ ସ୍ବତନ୍ତ୍ର ଭାବରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଯଦିଓ ଆରାଧ୍ୟାଙ୍କ ଜନ୍ମ ନଭେମ୍ବର ୧୬ରେ ଥିଲା ତେବେ ଆଜି ତାଙ୍କର ଫଟୋ ଭାଇରାଲ ହେଉଛି। ଆରାଧ୍ୟାଙ୍କ ମା-ବାପା ଝିଅର ଜନ୍ମଦିନରେ କିଛି ସୁନ୍ଦର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଅଭିଷେକ ଝିଅ ଆରାଧ୍ୟାଙ୍କ ପିଲାଦିନର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଆରାଧ୍ୟାଙ୍କୁ ଧରି ବସିଥିବା ନଜର ଆସିଛନ୍ତି। ଫଟୋରେ ଆରାଧ୍ୟା ଏକ ଧଳା ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହା ସହିତ ଅଭିଷେକ କ୍ୟାପ୍‌ଶନରେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମୋର ଛୋଟ ରାଜକୁମାରୀ! ମୁଁ ତୁମକୁ ସବୁଠୁ ଅଧିକ ଭଲ ପାଏ।’

ସେହିପରି ମା’ ଐଶ୍ୱର୍ଯ୍ୟା ମଧ୍ୟ ଝିଅର ଫଟୋ ଶେୟାର କରି ଲେଖିଛନ୍ତି, ମୁଁ ତୁମକୁ ବହୁତ ଭଲ ପାଏ। ସବୁଦିନ ପାଇଁ ଏବଂ ମୋର ପ୍ରିୟ ପରୀ ଆରାଧ୍ୟା ତୁମେ ମୋ’ ଜୀବନର ସମ୍ପୂର୍ଣ୍ଣ ପ୍ରେମ ଏବଂ ମୁଁ ତୁମ ପାଇଁ ନିଃଶ୍ୱାସ ନେଉଛି। ମୋର ପ୍ରାଣ ଏବଂ ଖୁସିର ୧୨ ତମ ଜନ୍ମଦିବସ। ଭଗବାନ ତୁମକୁ ସର୍ବଦା ଆଶୀର୍ବାଦ କରନ୍ତୁ। ତୁମେ ହୋଇଥିବାରୁ ଧନ୍ୟବାଦ।

କହିରଖୁଛୁ, ଐଶ୍ୱର୍ଯ୍ୟା ଏବଂ ଅଭିଷେକ ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ। ୧୬ ନଭେମ୍ବର ୨୦୧୧ରେ ଝିଅ ଆରାଧ୍ୟାଙ୍କ ଜନ୍ମ ହୋଇଥିଲା।

Share