କବିତା ପଢ଼ିଲେ ଆରାଧ୍ୟା, ମା-ଜେଜେ ବାପାଙ୍କ ସହ ତୁଳନା କଲେ ପ୍ରଶଂସକ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାର କିଡ୍‌ଙ୍କ ମଧ୍ୟରୁ ଜଣେ। ମାତ୍ର ୧୦ ବର୍ଷ ବୟସରେ ତାଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଏବେ ସୋସିଆଲ ମିଡିଆରେ ଆରାଧ୍ୟାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଶୁଦ୍ଧ ହିନ୍ଦୀରେ କବିତା ପାଠ କରୁଥିବା ନଜର ଆସିଛନ୍ତି।

ଆରାଧ୍ୟାଙ୍କର ଏହି ଭିଡିଓ ତାଙ୍କ ଫ୍ୟାନ୍‌ଙ୍କ ପେଜ୍‌ରୁ ଶେୟାର କରାଯାଇଛି। ଭିଡିଓରେ ସେ ଏକ ଲାଇଟ୍‌ ବ୍ଲୁ କଲରର ସ୍କୁଲ ଡ୍ରେସ୍‌ ପିନ୍ଧିଥିବାର ନଜର ଆସିଛନ୍ତି। ଭିଡିଓରେ ଆରାଧ୍ୟା ପ୍ରଥମେ କବିତାର ଧାଡ଼ି ବିଷୟରେ କହୁଛନ୍ତି। ପରେ କହୁଛନ୍ତି, ଆପଣ ଯେକୌଣସି ଭାଷାକୁ ସହଜରେ ଶିଖିବାକୁ ଚାହାନ୍ତି, ତେବେ ଏହାକୁ କବିତା ମାଧ୍ୟମରେ ଶିଖନ୍ତୁ। ଏହା ପରେ ସେ ତାଙ୍କ ବିଦ୍ୟାଳୟର ପ୍ରାଥମିକ ପିଲାମାନଙ୍କ ଦ୍ୱାରା ସୁନ୍ଦର କବିତାର ଉପସ୍ଥାପନା ବିଷୟରେ ସୂଚନା ଦେଉଥିବାର ଦେଖାଯାଏ।

ଆରାଧ୍ୟାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି। ହଜାର ହଜାର ଲୋକ ଲାଇକ ଏବଂ କମେଣ୍ଟ କରିଛନ୍ତି। ଜଣେ ୟୁଜର ଆରାଧ୍ୟାଙ୍କୁ ତାଙ୍କ ଜେଜେବାପାଙ୍କ ସହ ତୁଳନା କରି କହିଥିଲେ, ‘ବିଗ୍‌ ବି’ଙ୍କ ପରି ଆରାଧ୍ୟାଙ୍କ ସ୍ବର ମଧ୍ୟ ଶକ୍ତିଶାଳୀ ଅଟେ।’

Share