ବିପାଶାଙ୍କ ପୂର୍ବରୁ ଦୁଇଦୁଇ ଜଣଙ୍କୁ ବିବାହ କରିଥିଲେ କରଣ, ଖୁବ୍‌ ଅଳ୍ପ ଦିନରେ…

ଅଭିନେତା କରଣ ସିଂ ଗ୍ରୋଭରଙ୍କ ଆଜି ଜନ୍ମଦିନ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା। ସିରିଏଲ ଦିଲ୍‌ ମିଲ୍‌ ଗୟାରେ ଦର୍ଶକ ତାଙ୍କୁ ଖୁବ୍‌ ପସନ୍ଦ କରିଥିଲେ। କ୍ୟାରିଅର୍‌ ଅପେକ୍ଷା ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। କରଣ ୨୦୧୬ରେ ବଲିଉଡ ଅଭିନେତ୍ରୀ ବିପାଶା ବସୁଙ୍କୁ ବିବାହ କରିଥିଲେ। ପ୍ରଶଂସକମାନେ ଏହି ଯୋଡିକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବିପାଶାଙ୍କ ପୂର୍ବରୁ କରଣ ଦୁଇଥର ବିବାହ କରିଥିଲେ। ଜାଣନ୍ତୁ ତାଙ୍କ ପୂର୍ବ ସ୍ତ୍ରୀଙ୍କ ସମ୍ପର୍କରେ…

କରଣ ଏବଂ ଶ୍ରଦ୍ଧା ନିଗମ ୨୦୦୮ରେ ବିବାହ କରିଥିଲେ। ଦୁଇଜଣ ସାଧାରଣ ଫଟୋଗ୍ରାଫର ବନ୍ଧୁଙ୍କ ମାଧ୍ୟମରେ ସାକ୍ଷାତ ହୋଇଥିଲେ । ଏହି ବିବାହ ଅଧିକ ଦିନ ତିଷ୍ଠି ରହିଲା ନାହିଁ ଏବଂ ଦୁହେଁ ୨୦୦୯ରେ ଅଲଗା ହୋଇଗଲେ । ଏକ ସାକ୍ଷାତକାରରେ ଶ୍ରଦ୍ଧା ନିଗମ କହିଥିଲେ- ଏହି ବିବାହକୁ ନ ଭାଙ୍ଗିବା ପାଇଁ ମୁଁ ଚେଷ୍ଟା କଲି । ମୋର ସମସ୍ତ ଚେଷ୍ଟା ସତ୍ତ୍ୱେ ବିବାହ ବିଚ୍ଛେଦ ହେଲା। ୨୦୧୨ରେ, ଶ୍ରଦ୍ଧା ଟିଭି ଅଭିନେତା ମୟଙ୍କ ଆନନ୍ଦଙ୍କୁ ବିବାହ କରିଥିଲେ ।

ଏହା ପରେ କରଣ ଜେନିଫର ୱିଙ୍ଗେଟଙ୍କ ପ୍ରେମରେ ପଡିଥିଲେ। ଉଭୟଙ୍କୁ ଅନ-ସ୍କ୍ରିନ ଏବଂ ଅଫ ସ୍କ୍ରିନରେ ଦର୍ଶକ ବହୁତ ପସନ୍ଦ କରିଥିଲେ। ୨୦୧୨ରେ ଉଭୟ ବିବାହ କରିଥିଲେ। ଦୁହେଁ କେବଳ ଦୁଇ ବର୍ଷ ଏକାଠି ରହିଥିଲେ। କରଣ ତାଙ୍କୁ ଠକିଥିବା ଅଭିଯୋଗ ଜେନିଫର ଆଣିଥିଲେ। କରଣଙ୍କ ସହ ବିବାହ ଭାଙ୍ଗିବା ଖବର ଜେନିଫର ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ। କରଣ ଏବଂ ବିପାଶା ଫିଲ୍ମରେ ଏକାଠି କାମ କରିଥିଲେ। ପରେ ସେମାନଙ୍କ ଖବର ମଧ୍ୟ ସାମ୍ନାକୁ ଆସିଥିଲା।

Share