ବ୍ରେକ ଅପ୍‌ ପରେ ଅରବାଜଙ୍କୁ ମନେ ପକାଉଛନ୍ତି ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ଚାରି ବର୍ଷ ଏକାଠି ରହିବା ପରେ ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିୟାନି ଅଲଗା ହୋଇଯାଇଛନ୍ତି। ନିକଟରେ ଏହି କପଲ ସେମାନଙ୍କ ବ୍ରେକ ଅପ୍‌ ବିଷୟରେ ଘୋଷଣା କହିଥିଲେ। ବର୍ତ୍ତମାନ ଜର୍ଜିଆ ଅରବାଜଙ୍କ ସହ ବ୍ରେକଅପ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ସେ ଦେଢ଼ ବର୍ଷ ଧରି ଅବିବାହିତ ଅଛନ୍ତି ଏବଂ ବ୍ରେକ ଅପ୍‌ ପରେ ମଧ୍ୟ ଅରବାଜଙ୍କୁ ମିସ କରୁଛନ୍ତି। ହେଲେ ଏବେ ତାଙ୍କ ପାଖରେ ଫେରିବାର କୌଣସି ଉପାୟ ନାହିଁ।

ଏକ ସାକ୍ଷାତକାରରେ ଜର୍ଜିଆ କହିଛନ୍ତି, ଚାରି ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ରହିବା ପରେ ଅବଶ୍ୟ ମୁଁ ତାଙ୍କୁ ମନେ ପକାଉଛି। ଆମେ ବନ୍ଧୁ, କିନ୍ତୁ ବର୍ତ୍ତମାନ ଫେରିବା ସମ୍ଭବ ନୁହେଁ । ମୁଁ ଏ ବିଷୟରେ କହୁଛି କାରଣ ମୁଁ ନିଜ ପାଇଁ ଅଛି । ମୁଁ ତାଙ୍କ ଗର୍ଲଫ୍ରେଣ୍ଡ ବୋଲି କହିବାକୁ ଚାହେଁ ନାହିଁ। ମୁଁ ଏକ ଭଲ ସ୍ଥାନରେ ଅଛି । ପୂର୍ବରୁ ଜର୍ଜିଆ କହିଥିଲେ ଯେ ବ୍ରେକ ଅପ୍‌ ପରେ ମଧ୍ୟ ସେ ଅରବାଜଙ୍କ ସହ ଯୋଗାଯୋଗରେ ଅଛନ୍ତି।

ପିଙ୍କବିଲ୍ଲା ସହିତ ବାର୍ତ୍ତାଳାପ ସମୟରେ ଜର୍ଜିଆ ଖୁଲାସା କରିଥିଲେ ଯେ ସେ ଏବଂ ଅରବାଜ ପାରସ୍ପରିକ ସହମତିରେ ବ୍ରେକ ଅପ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅରବାଜ ମୋ ପାଇଁ ବହୁତ ଭଲ ଥିଲେ ଏବଂ ସେ ମୋତେ ଆବଶ୍ୟକ କରୁଥିବା ସମସ୍ତ ଜିନିଷକୁ ଭାବପ୍ରବଣ ଭାବରେ ଦେଇଛନ୍ତି। ମୁଁ ତାଙ୍କ ପାଇଁ ଭଲ ଭାବନା କେବେବି ବନ୍ଦ କରିବି ନାହିଁ । ମୁଁ ତାଙ୍କ ସହିତ ଯୋଗାଯୋଗରେ କାହିଁକି ରହିବି ନାହିଁ?

Share