ଜୁଆ ଖେଳର ନିଶା ଯୋଗୁ କେତେ ଘର ନଷ୍ଟ ହୋଇଯାଇଛି। ଏହାର ଏକ ବଡ଼ ଉଦାହରଣ ହେଉଛି ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅଭିନେତା ଅରବାଜ ଖାନ। ଜୁଆ ଖେଳ ଯୋଗୁ ଏହି ହୁହିଁଙ୍କ ବୈବାହିକ ଜୀବନରେ ପଡିଛି ଯବନିକା। ଯଦିଓ ଉଭୟ ନିଜ ଜୀବନରେ ଆଗକୁ ବଢିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଉଭୟଙ୍କ ଛାଡପତ୍ର ପଛରେ ଜୁଆ ଖେଳ ହିଁ ଥିଲା ମୁଖ୍ୟ କାରଣ। ଏକ ସାକ୍ଷାତକାରରେ ମଲାଇକା ଏହା ସ୍ବୀକାର ମଧ୍ୟ କରିଛନ୍ତି। ଜୁଆ ଖେଳ ଯୋଗୁ ଅରବାଜ ଅଧିକାଂଶ ସମୟ ବାହାରେ ରହୁଥିଲେ। ଏନେଇ ପଚାରିବାରୁ ବାହାନା ଦେଖାଉଥିଲେ ବୋଲି ମଲାଇକା କହିଥିଲେ। ଏହାସହ ଟଙ୍କା ଯୋଗୁ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା। ଏବେ ଅରବାଜ୍ ଜର୍ଜିଆ ଆଣ୍ଡ୍ରିଆନ୍ଙ୍କୁ ପ୍ରେମ କରୁଥିବାବେଳେ ମଲାଇକା ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡିଛନ୍ତି।